ଚନ୍ଦ୍ରଶେଖରପୁର: ରୀତିନୀତିରେ ବିବାହ କରି ନଥିଲେ ମଧ୍ୟ ପାଞ୍ଚବର୍ଷ ହେବ ସ୍ୱାମୀ ସ୍ତ୍ରୀ ଭଳି ଏକାଠି ରହୁଥିଲେ। ଏପରିକି ଦୁଇ ଦୁଇଥର ଗର୍ଭନଷ୍ଟ ମଧ୍ୟ କରିଛନ୍ତି। ମାତ୍ର ବର୍ତମାନ ପୁଣିଥରେ ବିବାହ କରିବାକୁ ଉଦ୍ୟମ କରୁଥିବା ସ୍ୱାମୀ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ନିର୍ଯାତିତା ସ୍ତ୍ରୀ। ନୀଳାଦ୍ରିବିହାର ରିକ୍ସା କଲୋନି(ଖ) ବସ୍ତିରେ ରହୁଥିବା ମନ୍ଦୋଦରୀ ନାୟକ ସେହି ବସ୍ତିର କନ୍ଧ ନାୟକଙ୍କୁ ପ୍ରେମ ବିବାହ କରିଥିଲେ। କନ୍ଧର ଘର ଲୋକ ଏହି ବିବାହରେ ରାଜି ନଥିବାରୁ ନିକଟରେ ଏକ ଭଡ଼ାଘରେ ଉଭୟ ଏକତ୍ର ବାସ କରୁଥିଲେ। ମାତ୍ର ପାଞ୍ଚ ବର୍ଷ ରହିବା ମଧ୍ୟରେ କନ୍ଧକୁ ବୁଝାସୁଝା କରି ତା’ର ଆଉ ଏକ ବିବାହ କରିବା ପାଇଁ ଯୋଜନା କରିଥିଲେ ପରିବାର ଲୋକ। ଘରଲୋକଙ୍କ କଥାରେ ରାଜି ହୋଇ କନ୍ଧ ମନ୍ଦୋଦରୀଙ୍କୁ ଛାଡ଼ିଦେଇ କେଉଁଆଡ଼େ ଚାଲିଯାଇଛି। ସ୍ୱାମୀଙ୍କୁ ଖୋଜିଖୋଜି ମନ୍ଦୋଦରୀ ଶାଶୂଘରେ ପହଞ୍ଚିବାରୁ ତାଙ୍କୁ କନ୍ଧର ପରିବାର ଲୋକ ମାଡ଼ମାରି ଘରୁ ତଡ଼ିଦେଇଥିଲେ। ତେଣୁ ନ୍ୟାୟ ଆଶାରେ ମନ୍ଦୋଦରୀ ଏବେ ଥାନା ଆଗରେ ଧାରଣା ଦେଇଛନ୍ତି।
ନ୍ୟାୟ ପାଇଁ ଥାନା ଆଗରେ ଧାରଣା
ମହିଳାଙ୍କୁ ପ୍ରତାରଣା
/sambad/media/post_attachments/wp-content/uploads/2018/03/madhu-mahilaku-dhoka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)