ଅନ୍‌ଲାଇନରେ ଖାଦ୍ୟ ମଗାଇ ମହିଳା ହରାଇଲେ ୬୦ ହଜାର

ଭୁବନେଶ୍ବର: ଅନ୍‌ଲାଇନରେ ଖାଦ୍ୟ ମଗାଇବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ସାଇବର ଠକ ମହିଳାଙ୍କ ଆକାଉଣ୍ଟରୁ ୬୦ ହଜାର ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ୟୁନିଟ୍ ୬ ଅଞ୍ଚଳର ଗୀତାରାଣି ରାଉତ। ଏ ନେଇ ସେ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୀତାରାଣୀ ଆଜି ଏକ ଅନ୍‌ଲାଇନ ସାଇଟକୁ ଯାଇ ଖାଦ୍ୟ ଅର୍ଡର କରିଥିଲେ। ଏଥିପାଇଁ ସେ ୭ ସହ ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କ ପାଖରେ ଖାଦ୍ୟ ପହଞ୍ଚି ନ ଥିଲା। କିଛି ସମୟ ପରେ ସେ ଏକ ଫୋନ୍ କଲ ପାଇଥିଲେ। ଖାଦ୍ୟ ପହଞ୍ଚିବା ପାଇଁ ଏକ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଥିଲା। ଗୀତାରାଣୀ ଆପ୍ ଡାଉନଲୋଡ୍ କରିଥିଲେ। ନିଜର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ତାଙ୍କ ପାଖକୁ ଏକ ଓଟିପି ଆସିଥିଲା। ସେହି ଓଟିପି ଦେବା ପରେ ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟି ଯାଇଥିଲା।

ସମ୍ବନ୍ଧିତ ଖବର