ରେଡ୍‌ଲାଇଟ୍‌ ଅଞ୍ଚଳରୁ: ମହିଳା ପୁଲିସଙ୍କ ସ୍ୱାମୀ ଗିରଫ

ଭୁବନେଶ୍ୱର: ଗୁରୁବାର ଅପରାହ୍ଣ ସମୟ ପ୍ରାୟ ସାଢ଼େ ୩ଟା। ସତ୍‌ସଙ୍ଗ ସମ୍ମୁଖ ରାସ୍ତାରେ ଥିବା ରେଡ୍‌ଲାଇଟ୍‌ ଅଞ୍ଚଳରେ ଲୋକମାନେ ଜମା ହୋଇଥାଆନ୍ତି। ସ୍ଥାନୀୟ ଅଞ୍ଚଳର କେତେଜଣ ମହିଳା ହୋ ହଲ୍ଲା କରି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଥାଆନ୍ତି। ଏଭଳି ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ବେଳକୁ ବ୍ୟକ୍ତିି ଜଣଙ୍କ ମହିଳାଙ୍କ ମାଡ଼ରେ ଆହତ ହୋଇ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ। ତେବେ ସେ ବ୍ୟକ୍ତିି ଜଣଙ୍କ ଆଉ କେହି ନୁହନ୍ତି। ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସ୍ୱାମୀ ବୋଲି ସେ ପୁଲିସକୁ ପରିଚୟ ଦେଇଥିଲେ।

ସୂଚନା ମୁତାବକ, ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ବ୍ୟକ୍ତି ଜଣଙ୍କ ରେଡ୍‌ଲାଇଟ୍‌ ଅଞ୍ଚଳରେ ପୁଲିସ ଲେଖାଯାଇଥିବା ଏକ ସ୍କୁଟିରେ ପହଞ୍ଚିଥିଲେ। ତେବେ ସେଠାରେ ଥିବା ମହିଳାମାନେ ପଚାରିବାରୁ ସେ ନିଜକୁ ଜଣେ ପୁଲିସ କର୍ମଚାରୀ କହିଥିଲେ। ଆଉ ସ୍ଥାନୀୟ ଅଞ୍ଚଳରେ କ’ଣ ଚାଲିଛି ସେସବୁ ଯାଞ୍ଚ କରିବାକୁ ଆସିଛି ବୋଲି କହିଥିଲେ। ହେଲେ କିଛି ସମୟ ପରେ ବାବୁ ଜଣଙ୍କ ଏକ କୁଡ଼ିଆ ଭିତରକୁ ଯାଇଥିଲେ। ସେଠାରେ ପାଖାପାଖି ଅଧଘଣ୍ଟା କାଳ ରହିବା ପରେ ବାହାରକୁ ବାହାରିଥିଲେ। ତେବେ ଯେଉଁ ମହିଳାମାନଙ୍କୁ ବାବୁ ପୁଲିସ କହି ଯାଞ୍ଚ ବାହାନାରେ ଯାଇଥିଲେ। ସେ ମହିଳାମାନେ ବାବୁଙ୍କ ଉପରେ କଡ଼ା ନଜର ରଖିଥିଲେ। ବାବୁ ଯାଞ୍ଚ ବାହାନାରେ ଜଣେ ଯୁବତୀଙ୍କ ସହ ଖରାପ କାମ କରିଥିଲେ। ପ୍ରଥମେ ଗୋଟିଏ କୁଡ଼ିଆରେ ଏପରି କାମ କରିବା ପରେ ଆଉ ଏକ କୁଡ଼ିଆକୁ ଯାଇଥିଲେ। ସେଠାରେ ଆଉ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ମହିଳାମାନେ ପୁଲିସ ବାବୁଙ୍କ ଏପରି କେଳେଙ୍କାରୀ ବିଷୟରେ ଜାଣିବା ପରେ କୁଡ଼ିଆ ଭିତରକୁ ଯାଇ ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ସେଠାରେ ହଙ୍ଗାମା ହୋଇଥିଲା। ଖବର ପାଇ ସହିଦ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାବୁଙ୍କୁ ଗିରଫ କରିଥିଲା। ପଚରାଉଚରା କରିବାରୁ ସେ କହିଥିଲେ ଯେ, ତାଙ୍କ ପତ୍ନୀ ପୁଲିସ କର୍ମଚାରୀ। ଏହାପରେ ପୁଲିସ ବାବୁ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର