ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ପିପୁଲ ଫର୍ ଦ ଏଥିକାଲ ଟ୍ରିଟ୍ମେଣ୍ଟ ଅଫ ଆନିମଲସ୍’ (ପେଟା) ଇଣ୍ଡିଆର ମହିଳା ସମର୍ଥକମାନେ ନିଜକୁ ପଞ୍ଜୁରୀରେ ବନ୍ଦ କରିଛନ୍ତି। କୁକୁଡ଼ା ଫାର୍ମରେ ଅଣ୍ଡା ପାଇଁ ବ୍ୟବହୃତ ହେଉଥିବା ମା’ କୁକୁଡ଼ାଙ୍କୁ ଅଣ୍ଡା ଦେବା ପାଇଁ ସାରା ଜୀବନ ପଞ୍ଜୁରୀ ମଧ୍ୟରେ ଆବଦ୍ଧ କରି ରଖାଯାଏ। ଏହାସହ ଗରମ ବ୍ଲେଡ୍ରେ ତାଙ୍କ ଥଣ୍ଟ କାଟିବା, କମ୍ ସ୍ଥାନରେ ଆବଦ୍ଧ କରିବା ପରି ବିଭିନ୍ନ ଅତ୍ୟାଚାର କରାଯାଏ। ଏହାର ପ୍ରତିବାଦରେ ପେଟାର ମହିଳାମାନେ ଶୁକ୍ରବାର ମଧ୍ୟାହ୍ନରେ ପିଏମ୍ଜି ଛକରେ ନିଜକୁ ପିଞ୍ଜରାରେ ଆବଦ୍ଧ କରି ନିଆରା ପ୍ରଦର୍ଶନ କରିଥିଲେ।