ଖଣ୍ଡଗିରି : ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଡୁମୁଡୁମା ଫେଜ୍-୧ ଏଲ୍-୪୭ରେ ଥିବା ଏକ ଦେଶୀ ମଦ ଦୋକାନରେ ଭଙ୍ଗାରୁଜା ହୋଇଛି। ଶତାଧିକ ମହିଳା ହାତରେ ଠେଙ୍ଗାବାଡ଼ି ଧରି ୫ ଶହ ପେଟି ଦେଶୀ ମଦ(ଆସ୍କା ଫଟି) ଭାଙ୍ଗି ଚୂର୍ମାର୍ କରିଦେଲେ। ଦୁଇ ଦିନ ତଳେ ସ୍ଥାନୀୟ ଅଞ୍ଚଳର କୁନା ନାମକ ଜଣେ ଯୁବକଙ୍କ ମୃତ୍ୟୁ ପରେ ଲୋକଙ୍କ ମଧ୍ୟରେ ଏପରି ଅସନ୍ତୋଷ ପ୍ରକାଶ ପାଇଥିଲା। ଦେଶୀ ମଦ ପିଇ ପିଇ କୁନାଙ୍କ ମୃତ୍ୟୁ ଘଟିଲା ବୋଲି ଲୋକଙ୍କ ଭିତରେ ପ୍ରଚାର ହୋଇଥିଲା। ଖବର ପାଇ ବାହାଦଲପୁର, ସରକନ୍ତରା ଓ ରଘୁନାଥନଗରର ଶତାଧିକ ମହିଳା ମଦ ଦୋକାନର କବାଟ ଭାଙ୍ଗି ଭିତରୁ ପେଟି ପେଟି ମଦ ବୋହି ଆଣି ବାହାରେ ଠେଙ୍ଗାରେ ପିଟି ପିଟି ଭାଙ୍ଗି ପକାଇଥିଲେ। ଏ ନେଇ ମଦ ଦୋକାନ ମାଲିକ ମୁନି ଲାଲ୍ ଯାଦବ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।
ଯୁବକଙ୍କ ମୃତ୍ୟୁ ପରେ ମାତିଲେ ମହିଳା : ୫ ଶହ ପେଟି ମଦ ଚୂର୍ମାର୍
/sambad/media/post_attachments/wp-content/uploads/2017/09/arjun-wine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)