ମହିଳାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା କମିସନରେଟ୍‌ ପୁଲିସ, ଅପରିଚିତ ବ୍ୟକ୍ତିଙ୍କୁ ନା

ଭୁବନେଶ୍ବର : ହାଇଦ୍ରାବାଦରେ ଦିନ ଦି’ପହରେ ଜଣେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ଭୁବନେଶ୍ୱର ଓ କଟକରେ ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି। ଏହାଛଡ଼ା ମହିଳାମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ନ ହେବା କି ସେମାନଙ୍କଠାରୁ କୌଣସି ଜିନିଷ ଗ୍ରହଣ ନକରିବା, ଯଦି କେହି ଲିଫ୍ଟ ଦେଉଛି, ତାଙ୍କ ସହ ନଯିବା ପାଇଁ କମିସନରେଟ୍‌ ପୁଲିସ ବାରଣ କରିଛି। ଯଦି କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତୁରନ୍ତ ୧୦୦କୁ ଡାଏଲ୍‌ କରିବା ପାଇଁ ପୁଲିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ସତର୍କ କରାଇ ଦିଆଯାଇଛି। କଲ୍‌ ପାଇବା ମାତ୍ରେ କିଛି କ୍ଷଣ ମଧ୍ୟରେ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ନିକଟ ମଲ୍‌, ପେଟ୍ରୋଲ୍‌ ପମ୍ପ ଭଳି ଜନଗହଳି ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର