୨୦ ସ୍ବୟଂ ସହାୟକ ଗୋଷ୍ଠୀ, ୬୭ ୱାର୍ଡ ଅଫିସରଙ୍କୁ ମିଳିଲା ପିଓଏସ୍‌ ମେସିନ୍

ଭୁବନେଶ୍ବର : ବିଏମ୍‌ସି ଅଞ୍ଚଳରେ ହୋଲ୍‌ଡିଂ ଟିକସ ଓ ଟ୍ରେଡ୍ ଲାଇସେନ୍ସ ଦେୟ ଆଦାୟ କରିବା ପାଇଁ ୨୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୬୭ଜଣ ୱାର୍ଡ ଅଫିସରଙ୍କୁ ଆଜି ପଏଣ୍ଟ୍ ଅଫ୍ ସେଲ୍‌ (ପିଓଏସ୍‌) ମେସିନ୍ ‌ବଣ୍ଟାଯାଇଛି। ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ୍ ନାୟକ ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ଏହି ପିଓଏସ୍‌ ମେସିନ୍ ବାଣ୍ଟିଛନ୍ତି। କୌଣସି ପ୍ରକାରର ସାଲିସ୍ ନ କରି ସମସ୍ତ ବକେୟା ଟିକସ ଆଦାୟ କରିବାକୁ ୱାର୍ଡ ଅଫିସର ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୁହାଯାଇଛି। ଯେଉଁ ଅଧିକାରୀମାନେ ଅଧିକ ଟିକସ ଆଦାୟ କରିବେ ତାଙ୍କୁ ବିଏମ୍‌ସି ପକ୍ଷରୁ ପ୍ରୋତ୍ସାହନ ଦିଆଯିବା ସହ ପୁରସ୍କୃତ କରାଯିବ। ଆଜିର ଏହି କାର୍ଯ୍ୟକ୍ରମ‌େର ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସମେତ ତିନିଟି ଜୋନ୍‌ର ଡେପୁଟି କମିସନରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର