ବାଲିଅନ୍ତା: ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ପୋଖରୀକୂଳ ସାହି (ସରକଣା) ଗ୍ରାମର ଝରଣା ଦାସ (୩୬) ଆଜି ଭୋର ପ୍ରାୟ ୫ଟା ସମୟରେ ବେକରେ ରଶିବାନ୍ଧି ଆତ୍ମହତ୍ୟା କରିଛନ୍ତ। ପୁଲିସ ସୂଚନା ମୁତାବକ ଝରଣା ଫ୍ୟାନରେ ଝୁଲୁଥିବାର ପରିବାର ଲୋକ ଦେଖି ଗୁରୁତର ଅବସ୍ଥାରେ ତାଙ୍କୁ ତଳକୁ ଓହ୍ଲାଇ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ପୁରୀ ଜିଲ୍ଲା ପିପିଲି ଥାନା ବରିମୁଣ୍ଡ ଗ୍ରାମର ଲୋକନାଥଙ୍କୁ ବିବାହ କରିଥିଲେ। ଗତ ଦୁଇ ଦିନ ତଳେ ସେ ବାପଘର ସରକଣାକୁ ଆସିଥିଲେ। ହେଲେ ପାରିବାରିକ କଳହକୁ କେନ୍ଦ୍ର କରି ସେ ମାନସିକ ଭାରସାମ୍ୟ ହରାଇ ଭୋର ସମୟରେ ବେକରେ ରଶିବାନ୍ଧି ଝୁଲି ପଡ଼ିଥିଲେ। ଏ ସଂକ୍ରାନ୍ତରେ ବାଳକାଟି ଫାଣ୍ଡିରେ କେସ୍‌ ନଂ ୧୦/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ଅପରାହ୍ଣରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।