ଖଣ୍ଡଗିରି: ଶନିବାର ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ବିଜିପୁର ଅଞ୍ଚଳରେ ଜଣେ ମହିଳା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ, ଯାଜପୁର ଖଇରାର ଅଭୟ ମହାରଣାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ(୩୦)। ଆର୍ଥିକ ଅନଟନ କାରଣରୁ ସେ ଏଭଳି ଚରମ ବାଟ ବାଛି ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସୂଚନାନୁସାରେ ଅଭୟ ତମାଣ୍ଡୋରେ ଘରଭଡ଼ା ନେଇ ଶ୍ରମିକ ଭାବେ କାମ କରୁଥିଲେ। ଅଭାବ ଯୋଗୁଁ ସେ ଋଣଗ୍ରସ୍ତ ହୋଇପଡ଼ିଥିଲେ ଓ ଏଥିପାଇଁ ବିଜୟଲକ୍ଷ୍ମୀ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଗତ ଗୁରୁବାରଠାରୁ ଅଭୟ ଗାଁକୁ ଯାଇଥିବା ବେଳେ ବିଜୟଲକ୍ଷ୍ମୀ ଦୁଇ ଛୋଟ ପିଲାଙ୍କୁ ଧରି ଏକାକୀ ଥିଲେ। ଆଜି ସକାଳୁ ତାଙ୍କ ଘରର କବାଟ ବନ୍ଦ ଥିଲା ଓ ଭିତରୁ ପିଲାଦୁଇଟିଙ୍କ ବିକଳ କାନ୍ଦ ଶୁଣି ପଡ଼ୋଶୀମାନେ ଘଟଣା କ’ଣ ଜାଣିବାକୁ ଝରକା ବାଟେ ଦେଖିଲା ବେଳକୁ ତାଙ୍କ ଝୁଲନ୍ତା ମୃତଦେହ ଦେଖାଯାଇଥିଲା।