ଭୁବନେଶ୍ୱର: ଏଣିକି ମହିଳାମାନେ ବି ଆମ ବସ୍‌ ଚଳାଇବେ। ପୁଣେରେ ଏଥିପାଇଁ ମହିଳାମାନେ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ। ଏଥିପାଇଁ ଜାନୁଆରି ୩୧ରେ କ୍ରୁଟ୍ ପକ୍ଷରୁ ୨୦ଜଣ ମହିଳା ଇ-ବସ୍ ଚାଳନା ତାଲିମ ପାଇଁ ପୁଣେ ଯାତ୍ରା କରିବେ ବୋଲି କହିଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର।

Advertisment

'Sambad' Corporate Excellence Award: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ବ୍ୟବସାୟକୁ ଆଗକୁ ନି‌ଏ ବ୍ରାଣ୍ଡ୍‌


ମନ୍ତ୍ରୀ ଡ. ମହାପାତ୍ରଙ୍କ ଅଧ୍ୟକ୍ଷତାରେ କ୍ରୁଟ୍ ଆମ ବସ୍ ସେବାର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ରୁଟ୍ କାର୍ଯ୍ୟ ପଦ୍ଧତି ଓ ଆମ ବସ୍ ସେବା ଅନ୍ତର୍ଗତ ବିଭନ୍ନ ଗଠନମୂଳକ ପଦକ୍ଷେପ ଉପରେ ବୈଠକରେ ଆଲୋଚନା କରଯାଇଥିଲା। ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ସଧାରଣତଃ ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥିବାରୁ ଏ ନେଇ ଆମ ବସ୍ ଚାଳକଙ୍କ ମଦ୍ୟପାନ ଯାଞ୍ଚ ବାଧ୍ୟତାମୂଳକ କରଯାଇଥିଲା। ଶେଷ ଗୋଟିଏ ବର୍ଷରେ ୧ଲକ୍ଷ ୯୭ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି। ବସ୍ ଟ୍ରିପ୍ ଆରମ୍ଭ ଓ ଶେଷ ସମୟ ସହ ବିଭିନ୍ନ ସମୟରେ ଅତର୍କିତ ଭାବେ ନିୟମିତ ଯାଞ୍ଚ ଜାରି ରହିଛି। ବର୍ଷକ ଭିତରେ ୧୯ଜଣ ଚାଳକ ମଦ୍ୟପାନ କରିଥିବା ଜଣାପଡ଼ିଥିଲା, ଯେଉଁମାନଙ୍କୁ ପୁଲିସ ଗିରଫ କରିଛି।

Sensex: ୧୦୬୬ ପଏଣ୍ଟ୍‌ ଖସିଲା ସେନସେକ୍ସ

 ଆଇନ ଅନୁଯାୟୀ ତିନିମାସ ପାଇଁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିକଟସ୍ଥ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ମନ୍ତ୍ରୀ କହିଛନ୍ତି, ଭାରତର ପ୍ରଥମ ସରକାରୀ ଜନ ପରିବହନ ସଂସ୍ଥା ଭାବେ କ୍ରୁଟ୍ ଦୁର୍ଘଟଣାଗ୍ରସ୍ତ ପରିବାରକୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ଭରଣପୋଷଣ ପାଇଁ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ପ୍ରଦାନ କରିଛି। ଖୁବଶୀଘ୍ର କ୍ରୁଟ ଡିପୋ ପରିସରରେ ନିଜର ତାଲିମ୍ ଅନୁଷ୍ଠାନ ନିର୍ମାଣ ହେବ। ଯେଉଁଠି ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହିତ ଟ୍ରାଫିକ ନିୟମ ଓ ଲେନ୍ ଡ୍ରାଇଭିଂ ଭଳି ଅନେ ଦିଗ ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ। ମନ୍ତ୍ରୀ ବାରିପଦା, କେନ୍ଦୁଝର, ଅନୁଗୁଳରେ ଆମ ବସ୍ ଚଳାଚଳକୁ ନେଇ ଆରମ୍ଭ ହୋଇଯାଇଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ମହାପ୍ରବନ୍ଧକ ସହଦେବ ସମଧିଆ, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପଲ୍ଲବୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।