ଭୁବନେଶ୍ବର: ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ଆଜିର ସୃଜନୀ’ର ମିଳିତ ସହଯୋଗରେ ମହିଳା ସଚେତନତା ଆଲୋଚନାଚକ୍ର ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦ ସ୍ବାଗତ ଭାଷଣ ଦେଇଥିବାବେଳେ ସାହିତ୍ୟିକା ଡାକ୍ତର ଗାୟତ୍ରୀ ମହାନ୍ତି, ଡାକ୍ତର ସଂଘମିତ୍ରା ପତି ଅତିଥି ଭାବେ ଯୋଗଦେଇଥିଲେ। ଆଲୋଚନାଚକ୍ରରେ ଡାକ୍ତର ମହାପାତ୍ର ଆଇଭିଏଫ୍ ଓ ସରୋଗେସି ବିଷୟରେ ଆଲୋଚନା କରିଥିବା ବେଳେ ଡାକ୍ତର ମହାନ୍ତି ଋତୁସ୍ରାବ ଓ ମେନୋପଜ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ।
ଡାକ୍ତର ପତି କ୍ୟାଲୋରି ଓ ସୂତା ସାନିଟାରି ନାପକିନ୍ ବିଷୟରେ ଆଲୋକପାତ କରିଥିଲେ। ମଞ୍ଜୁଳା ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମକୁ ସ୍ୱର୍ଣ୍ଣପ୍ରଭା ଦାସ ସଭା ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦିକା ସୁଜାତା ରାୟ ଓ ସାଂସ୍କୃତିକ ସମ୍ପାଦିକା ଜ୍ୟୋତ୍ସ୍ନା ମହାରଣାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ମହିଳାମାନେ ଯୋଗ ଦେଇଥିଲେ।