ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମହିଳା ଦିବସ

ଭୁବନେଶ୍ୱର: ୟୁନିଟ୍‌-୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆରମ୍ଭ ହୋଇଥିବା ଭୋଜନାଳୟ ପରିସରରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଏକ ଗୋଷ୍ଠୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୪୦ ନମ୍ୱର ଵାର୍ଡର ସ୍ୱୟଂ ସହାୟିକାମାନେ ଯୋଗ ଦେଇଥିଲେ।

ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଅନୁପମା ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଉନ୍ନତି ଓ ଅଗ୍ରଗତି ନିମନ୍ତେ ନୂଆ ଆଭିମୁଖ୍ୟ ଉପରେ ଚର୍ଚ୍ଚା ହେବା ସହ ବୟୋଜ୍ୟେଷ୍ଠ ମହିଳାମାନଙ୍କୁ ସେମାନଙ୍କ ସାମାଜିକ ଯୋଗଦାନ ଲାଗି ସମ୍ୱର୍ଦ୍ଧିତ କରାଯାଇଥିଲା। ଶେଷରେ ଭୋଜନାଳୟର ସଫଳତା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା।

ସମ୍ବନ୍ଧିତ ଖବର