ବାରଙ୍ଗ: ଜିଆରପି ଥାନା ପୁଲିସ ରବିବାର ସକାଳୁ ବାରଙ୍ଗ ଷ୍ଟେସନ୍ ନିକଟ ଦାଢ଼ାପାଟଣା ଗ୍ରାମ ନିକଟ ରେଳଧାରଣାରୁ ଆଜି ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି। ମୃତ ମହିଳାଜଣଙ୍କ ହେଲେ, ଦାଢ଼ାପାଟଣା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ପତ୍ନୀ ଲିଜା ବେହେରା (୨୭)। ସେ ଧାରଣା ପାର୍ ହେଉଥିବା ବେଳେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା ବୋଲି ଲୋକୋପାଇଲଟ୍ ବାରଙ୍ଗ ଜିଆରପି ଫାଣ୍ଡି ପୁଲିସକୁ ସୂଚନା ଦେଇଛନ୍ତି। ତେବେ ଏ ସଂପର୍କରେ ଖବର ପାଇ ଲିଜାଙ୍କ ମାମୁଁ ବାରଙ୍ଗ ଥାନାରେ ଏକ ହତ୍ୟା ଅଭିଯୋଗ କରିବାରୁ ଘଟଣାରେ ନୂଆ ମୋଡ଼ ଦେଖାଦେଇଥିଲା। ମାମୁଁ ସତ୍ୟବାଦୀ ସେନାପତିଙ୍କ ଅଭିଯୋଗ ଅନୁଯାୟୀ, ଲିଜାଙ୍କୁ ଶ୍ୱଶୁରଘର ଲୋକେ ଯୌତୁକ ପାଇଁ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ। ତେଣୁ ସେମାନେ ଲିଜାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଶବକୁ ରେଳଧାରଣାରେ ଫିଙ୍ଗି ଦେଇଛନ୍ତି। ସତ୍ୟବାଦୀଙ୍କ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ ଲିଜାଙ୍କ ଶାଶୂ କୁଞ୍ଜଲତା ବେହେରା ଓ ଶ୍ୱଶୁର ଅଶୋକ ବେହେରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଅପରପକ୍ଷେ ଏହି ଅଭିଯୋଗ ପରେ ବାରଙ୍ଗ ଥାନାରେ ମୃତ ଝିଅର ମାମୁଁଙ୍କ ପକ୍ଷ ଓ ଶ୍ୱଶୁର ଘର ଗ୍ରାମର ଲୋକଙ୍କ ଭିଡ଼ ଜମିଥିଲା। ମୃତ ମହିଳାଙ୍କ ସହ ଶ୍ୱଶୂର ଘରେ ରହି ପଢୁଥିବା ତାଙ୍କ ୧୨ ବର୍ଷର ଭାଇ ଓ ବାପା ଆସିଥିଲେ। ପୁଲିସ୍ ସେମାନଙ୍କ ପଚରାଉଚରା କରିବା ବେଳେ କିଛି କଥା ବୁଝିଥିଲା। ଅପରପକ୍ଷରେ ଶାଶୂ, ଶ୍ୱଶୂର ଓ ଗ୍ରାମବାସୀଙ୍କ ତରଫରୁ ଅଲଗା ବୟାନ ଦିଆଯାଇଛି। ସମସ୍ତ ତଥ୍ୟକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି। ତେବେ ଏସବୁ ଭିତରେ ବାରଙ୍ଗ ଥାନା ପାଖରେ ଆମ୍ବୁଲାନ୍ସରେ ରଖାଯାଇ ଥିବା ଲିଜାଙ୍କ ଶବଟି ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ସନ୍ଧ୍ୟା ୬ଟା ବେଳକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଛି।
ରେଳ ଧାରଣାରୁ ମହିଳାଙ୍କ ଶବ ଉଦ୍ଧାର
ହତ୍ୟା ଅଭିଯୋଗ ଆଣିଲେ ମାମୁଁ
/sambad/media/post_attachments/wp-content/uploads/2018/06/dead-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)