ପୁରୁଣା ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅଧୀନ ଭୀମଟାଙ୍ଗି ଫେଜ୍-୧ରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ହେଲେ ନିଚୁନା ପ୍ରଧାନ(୨୧)। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଛି। ସୂଚନା ଅନୁଯାୟୀ ନିଚୁନାଙ୍କ ସ୍ବାମୀ ସର୍ବେଶ୍ବର ପ୍ରଧାନ ପୂର୍ବରୁ ସାବିତ୍ରୀଙ୍କୁ ବିବାହ କରିଥିଲେ। ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୩ଟି ପିଲା ଏବେ ତାଙ୍କ ସହ ରହୁଛନ୍ତି। ନିଚୁନା ୨ ବର୍ଷ ତଳେ ସର୍ବେଶ୍ବରଙ୍କୁ ବିବାହ କରିଥିଲେ।
ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର
/sambad/media/post_attachments/wp-content/uploads/2018/12/download-2-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)