ମହିଳା ଦିବସରେ ‘ତୁ ତ ମୋର ପରୀ-କିଏ ହେବ ତୋର ସରି’

ଭୁବନେଶ୍ୱର: ଆଇଏସ୍‌ଡି ଓ ଏହାର ସହଯୋଗୀ ଅନୁଷ୍ଠାନ ଗ୍ରାମ ଉତ୍‌ଥାନ ଏବଂ ଆଇନ ସେବା ସଂସ୍ଥା କ୍ଲାପ୍‌ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ‘ତୁ ତ ମୋର ପରୀ-କିଏ ହେବ ତୋର ସରି’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ପୁଲିସ କମିସନର୍‌ ଓ୍ଵାଇବି ଖୁରାନିଆ, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଅଜୟ ଅଗ୍ରଓ୍ଵାଲ ଓ ସଙ୍ଗୀତ ନିର୍ଦ୍ଦେଶିକା ଦୀପ୍ତି ଦେବୀ ସମ୍ମାନିତ ଅତିଥିି ଭାବେ ଯୋଗ ଦେଇ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଶହେ ଜଣ କେବଳ ଏକମାତ୍ର କନ୍ୟା ସନ୍ତାନର ପିତାମାତାଙ୍କୁ ସମ୍ମାନିତ କରାଯାଇଥିଲା। ଲିଟିଲ ମିସ୍‌ ୟୁନିଭର୍ସ ଟାଇଟଲ ପାଇଥିବା ଓଡ଼ିଆ ଝିଅ ପଦ୍ମାଳୟା ନନ୍ଦ, ଟେନିସ ତାରକା ଋତୁପର୍ଣ୍ଣା ଚୌଧୁରୀ, ସମାଜସେବୀ ନରୋତ୍ତମ ଦାସ, ସରୋଜ ସାହୁ ଓ ଏସିଡ୍‌ ପୀଡ଼ିତା ପ୍ରମୋଦିନୀଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆଇଏସ୍‌ଡି ଦ୍ୱାରା ପ୍ରସ୍ତୁତ ‘ତୁ ତ ମୋର ପରୀ-କିଏ ହେବ ତୋର ସରି’ ପତ୍ରିକା ଓ ‘ମୋ ଝିଅ’ ଅଭିଯାନକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମକୁ ଆଇଏସ୍‌ଡିର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ ପରିଚାଳନା କରିଥିବା ବେଳେ ସଭାପତି ନିବେଦିତା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଗ୍ରାମ ଉତ୍‌ଥାନର ସମ୍ପାଦକ ଗୋବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆଇଏସ୍‌ଡି ସଂଯୋଜିକା ବୀଣା ମଲ୍ଲିକ, ଭବାନୀ ପ୍ରସାଦ ନାଏକ, ସତ୍ୟ ନାରାୟଣ ପାତ୍ର ଓ ଅଭିଷେକ ବ୍ରହ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର