ୱଣ୍ଡର ୱାଟର ପାର୍କରେ ଜଳକ୍ରୀଡ଼ା ପାଇଁ ଜମୁଛି ଭିଡ଼

ଭୁବନେଶ୍ବର: ତାପମାତ୍ରାର ପାରଦ ବଢ଼ି ବଢ଼ି ଚାଲିଥିବା ବେଳେ ଜଳକ୍ରୀଡ଼ା ପାଇଁ ଆକର୍ଷଣ ବଢ଼ୁଛି। ଲୋକଙ୍କର ଏହି ଚାହିଦା ମେଣ୍ଟାଇବା ପାଇଁ ୱାଟର୍‌ ପାର୍କମାନ ଖୋଲିଥିବା ବେଳେ ପୁରୀ ଜିଲ୍ଲାସ୍ଥିତ ମାଳତୀପାଟପୁର ଷ୍ଟେସନ୍‌ରୁ ମାତ୍ର ଅଢ଼େଇ କିଲୋମିଟର ଦୂରରେ ପ୍ରତିଷ୍ଠିତ ‘ୱଣ୍ଡର ୱାର୍ଲ‌୍ଡ ୱାଟର ପାର୍କ’ ବିଶେଷ ଆକର୍ଷଣ ପାଲଟିଛି। ୧୨ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ଦୀର୍ଘକାୟ ୱାଟର ପାର୍କରେ ଥିବା ୧୦ଟି ରାଇଡ୍‌ ଉପଭୋଗ୍ୟ ହେଉଛି। ରେନ୍‌ ଡ୍ୟାନ୍‌ସ ପାଇଁ ଆକର୍ଷଣୀୟ ସୁବିଧା ଥିବା ବେଳେ ୱେବ୍‌ ପୁଲ୍‌ରେ ସମୁଦ୍ର କୂଳର ଅନୁଭବ ମିଳୁଛି। କୃତ୍ରିମ ତରଙ୍ଗ ଲୋକଙ୍କୁ ମନୋରଂଜନ ଭେଟି ଦେଉଛି। ଏଥିସହ ଏଠାରେ କିଡ୍‌ସ ପୁଲ୍‌ ସମେତ ଜଳ ଖେଳଣା ଓ ମଜାଦାର ଅନୁଭବ ପାଇଁ ମିନି ସ୍ଲାଇଡ୍‌ସ ରହିଛି। ୱେବ୍‌ ପୁଲ୍‌ ନିକଟରେ ହ୍ବାଇଟ୍‌ ପାଗୋଡ଼ାର ପ୍ରତିକୃତି ସେଲ୍‌ଫି ଜୋନ୍‌ ପାଲଟିଛି। ଏଠାରେ ପହଁରିବା ପାଇଁ ଆବଶ୍ୟକୀୟ ପୋଷାକର ବ୍ୟବସ୍ଥା ରହିଛି। ପରିସରରେ ସ୍ନାକ୍ସ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି। ସମସ୍ତ ରାଇଡ୍‌ସ ଓ ମଜାଦାର ଜୋନ୍‌ଗୁଡ଼ିକ ଗୁଣାତ୍ମକ ଦୃଷ୍ଟିରୁ ବେଶ୍‌ ମନଛୁଆଁ ହୋଇଛି। ସଫାସୁତରା ସହ ଉତ୍ତମ ରକ୍ଷଣାବେକ୍ଷଣ ଯୋଗୁଁ ଏହା ପର୍ଯ୍ୟଟକଙ୍କ ପସନ୍ଦ ପାଲଟୁଛି। ସାଙ୍ଗସାଥୀ କିମ୍ବା ପୂରା ପରିବାର ସହ ଏହି ସ୍ଥାନକୁ ବୁଲିଯିବା ସହ ଜଳକ୍ରୀଡ଼ାର ମଜା ନେଇ ହେବ ବୋଲି ୱାଟର ପାର୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର