ଭୁବନେଶ୍ୱର: ଯୁବଗୋଷ୍ଠୀ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ଦେଶ ଗଠନରେ ସହାୟକ ହୁଅନ୍ତୁ। ସମ୍ପ୍ରତି ଯୁବସମାଜରେ ପରିଲକ୍ଷିତ ହେଉଥିବା ସମସ୍ୟା ଏବଂ ତାହାର ସହଜ ସମାଧାନ ସମ୍ପର୍କରେ ବନ୍ଦନାଜୀ ଅତି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଇଣ୍ଡିଆ ଡେଭଲପ୍ମେଣ୍ଟ ମିସନ ଅଫ୍ ଓ୍ଵନେସ୍ ପକ୍ଷରୁ ଆଇଆର୍ସି ଭିଲେଜ୍ରେ ଅନୁଷ୍ଠିତ ଏହି ୩ ଘଣ୍ଟିଆ କର୍ମଶାଳାରେ ବନ୍ଦନାଜୀ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ। ହତୋତ୍ସାହ ନହୋଇ ବା ଆତ୍ମହତ୍ୟା ପ୍ରବଣତାରୁ କ୍ଷାନ୍ତ ରହି ସଫଳତା ହାସଲ ପାଇଁ ଉଦ୍ୟମ କରିବା ଦରକାର। ନିଜକୁ ଭଲ ମଣିଷ କରି ଗଢ଼ିବା ସହ ଅନ୍ୟକୁ ଏ ଦିଗରେ ପ୍ରରୋଚିତ କରି ପାରିଲେ ଉତ୍ତମ ଦେଶ ଗଠନ ହୋଇପାରିବ ବୋଲି ଦାଦିଜୀ କହିଥିଲେ। ଏହି କର୍ମଶାଳାରେ ୧୫୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ।
ଓ୍ଵନେସ୍ ପକ୍ଷରୁ ଦେଶ ଗଠନରେ ଯୁବଗୋଷ୍ଠୀର ଯୋଗଦାନ ଶୀର୍ଷକ କର୍ମଶାଳା
/sambad/media/post_attachments/wp-content/uploads/2018/06/oeness.jpg)