ୱାର୍ଡ ନଂ ୮ ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧୁରିଛି, ରାସ୍ତା ଯେମିତିକୁ ସେମିତି
ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧୁରିଛି, ରାସ୍ତା ଯେମିତିକୁ ସେମିତି
ଚନ୍ଦ୍ରଶେଖରପୁର: ୨୦୧୪ ବିଏମ୍ସି ନିର୍ବାଚନରେ ୮ ନମ୍ବର ୱାର୍ଡରେ ବିଜେଡିକୁ ଲାଗିଥିଲା ଶକ୍ତ ଧକ୍କା। ବିଜେଡି ପ୍ରାର୍ଥୀ ଲିଙ୍କନ୍ ସୁବୁଦ୍ଧିଙ୍କୁ ମାତ୍ ଦେଇ ସ୍ବାଧୀନ ପ୍ରାର୍ଥୀ ମୋନାଲିସା ସାହୁ ବିଜୟୀ ହୋଇଥିଲେ। ଅବଶ୍ୟ ପରବର୍ତୀ ସମୟରେ ଶ୍ରୀମତୀ ସାହୁ ବିଜେଡିରେ ସାମିଲ ହୋଇଯାଇଥିଲେ। ୱାର୍ଡରେ ବିକାଶ ଶୀର୍ଷ ସୀମା ଛୁଇଁଥିବା କର୍ପୋରେଟର କହୁଛନ୍ତି। ତଥାପି କିଛି ବାକି ରହିଥିବା ସେ କହିଛନ୍ତି। ଏହି ଅଞ୍ଚଳରେ ସ୍ବାସ୍ଥ୍ୟ କେନ୍ଦ୍ର ନଥିବାରୁ ଲୋକଙ୍କୁ ଘରୋଇ ମେଡିକାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଗତ ୫ ବର୍ଷ ମଧ୍ୟରେ ଏହି ୱାର୍ଡରେ ଦୁଇଟି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହାରି ଭିତରେ ଲୋକଙ୍କ ଅଭିଯୋଗ ହେଉଛି ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ବିଶେଷ ସୁଧୁରିନି। ଡିଷ୍ଟ୍ରିକ୍ଟ ସେଣ୍ଟର ଭିତର ରାସ୍ତାଗୁଡ଼ିକ ଦୁଇ ବର୍ଷ ହେଲା ଖରାପ ହୋଇଥିଲେ ମଧ୍ୟ ମରାମତି ହୋଇପାରିନି। ନୀଳାଦ୍ରିବିହାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ସଂଯୋଗ କରୁଥିବା ୨୦୦ ମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ୱାର୍ଡ ଭିତରେ ଦେଇ ଯାଇଥିବା ଡ୍ରେନ୍ରେ କୌଣସି ସ୍ଲାବ ପଡ଼ି ନଥିବାରୁ ବର୍ଷା ଦିନେ ଦୁର୍ଗନ୍ଧ ହେଉଛି। ହାଟର ଆବର୍ଜନା ଏହି ଡ୍ରେନ୍ ଭିତରେ ପଡ଼ୁଛି। ଆବର୍ଜନା ବି ବହୁ ସମୟ ଧରି ପଡ଼ି ରହିଥିବା ଅଭିଯୋଗ ହେଉଛି। ହେଲେ ଏହାର ସମାଧାନ ହୋଇପାରୁନି।
Sambad is now on WhatsApp
Join and get latest news updates delivered to you via WhatsApp
୩୦ ବର୍ଷର ସମସ୍ୟା ସୁଧୁରିଛି
ଲୋକଙ୍କ ୩୦ ବର୍ଷର ଦାବି ପୂରଣ ହୋଇଛି। ଦୁଇଟି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଡମଣା ହାଟକୁ ରାସ୍ତା ସହ ପାର୍କରେ ମୁକ୍ତାକାଶ ଜିମ୍ ଖୋଲିଛି। କମ୍ୟୁନିଟି ହଲ୍ ବି କରାଯାଇଛି। ଆଶ୍ରୟ ସ୍ଥଳରେ ୫୦ରୁ ୬୦ ଲୋକ ରହୁଛନ୍ତି। ସେଠାରେ ମାଗଣା ଖାଇବା, ରହିବା ବ୍ୟବସ୍ଥା ହୋଇଛି। ଟିକା ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି, ଖୁବ୍ଶୀଘ୍ର ଉଦ୍ଘାଟିତ ହେବ। ନୀଳାଦ୍ରିବିହାରରେ ମିନି ଷ୍ଟାଡିୟମ କାମ ଚାଲିଛି। ପ୍ରତି ଛକରେ ଶୌଚାଳୟ ପ୍ରତିଷ୍ଠା ହୋଇଛି। ଦୁଇଟି ପାର୍କ ହୋଇଛି। ନୀଳାଦ୍ରିବିହାର ଓ ହାଉସିଂ ବୋର୍ଡରେ ଦୁଇଟି ଲେଖାଏ ଜାଗା ଜବରଦଖଲ ହୋଇଥିଲା। ଏହାକୁ ଏବେ ପାଚେରି ବୁଲାଯାଇଛି। ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ନିୟମିତ ଭାବେ ଦିଆଯାଉଛି। ବସ୍ତିରେ ପାଣି, ଆଲୋକ ସମସ୍ୟାର ସମାଧାନ ହୋଇଛି। ହାଇମାକ୍ସ ଲାଇଟ୍ ଲାଗିଛି। ବିଏମ୍ସିରୁ ଯେତିକି ବଜେଟ୍ ମିଳୁଛି ସେଥିରେ ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତା ମରାମତି ସମ୍ଭବ ନୁହେଁ। ୩ରୁ ୪ କୋଟି ଟଙ୍କା ଆବଶ୍ୟକ। ଏଥିପାଇଁ ପିଡବ୍ଲୁଡିକୁ ଚିଠି ଲେଖାଯାଇଛି।
ମୋନାଲିସା ସାହୁ, କର୍ପୋରେଟର
େସ୍ବରେଜ୍ ବ୍ୟବସ୍ଥା ଠିକ୍ ହେଉ
୨୦୧୪ରେ ଯେଉଁ ଅବସ୍ଥା ଥିଲା, ଏବେ ସେଥିରେ ସୁଧାର ଆସିଛି। ଏକ ମଶାଣିର ଆବଶ୍ୟକତା ରହିଛି। ରାସ୍ତା ଉପରକୁ ଲୋକେ ମାଡ଼ି ଆସିଥିବାରୁ ଡ୍ରେନ୍ରେ ଜଳ ନିଷ୍କାସନ ହୋଇପାରୁନି। ତେଣୁ େସ୍ବରେଜ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ଆବଶ୍ୟକ।
ଲିଙ୍କନ୍ ସୁବୁଦ୍ଧି