ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନ ଥିବା ବେଳେ ଏଥିପାଇଁ ସତର୍କତା ହେଉଛି ସବୁଠାରୁ ବଡ଼ ଔଷଧ। ଅଧିକାଂଶ ପ୍ରଚେଷ୍ଟା କରୋନା ରୋଗକୁ ପ୍ରତିରୋଧ କରିପାରିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। ଏହାର ନିଚ୍ଛକ ପ୍ରତିଛବି ଭୁବନେଶ୍ୱର ମହାନଗର ନିଗମର ଉତ୍ତର ଜୋନ୍ରେ ଥିବା ୧୧୦ ଗୋଟି ସ୍ଳମ୍ କମିଟି ଏବଂ ଭିଲେଜ୍ କମିଟିର କୋଭିଡ଼୍-୧୯ ପ୍ରତିରୋଧ ଜନିତ କ୍ରିୟାଶୀଳତା ପ୍ରଶଂସନୀୟ ହୋଇଅଛି।
ବିଏମ୍ସି ଅଧୀନରେ ୪୦୦ ରୁ ଉର୍ଦ୍ଧ୍ୱ ବସ୍ତି ଥିଲେ ମଧ୍ୟ ଏଠାରେ କୋଭିଡ଼୍-୧୯ ସଂକ୍ରମଣର ମାତ୍ରା କମ୍ ରହିଛି। ବିଏମ୍ସି ପକ୍ଷରୁ ଗତ ଦୁଇ ମାସ ହେଲା ବସ୍ତି ଅଂଚଳରେ ନିୟମିତ ସଚେତନତା, ସଭା, ଗୃହ ପରିଦର୍ଶନ, ସଫେଇ ଏବଂ ପ୍ରତିରୋଧର ଉପାୟର ଅଭ୍ୟାସକୁ ଆପଣେଇବା ପାଇଁ ସ୍ଳମ୍ ଏବଂ ଭିଲେଜ୍ କମିଟି ଗୁଡ଼ିକ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ ଏହି ଅଂଚଳ ଗୁଡ଼ିକର ସଂକ୍ରମଣ ସଂଖ୍ୟା ଦୃଷ୍ଟାନ୍ତ ଭାବେ କମିଛି। ଆଜିର ଦିନରେ ୪୦୦ ରୁ ଉର୍ଦ୍ଧ୍ୱ ବସ୍ତିରେ ୫୯୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେବଳ ସରକାରୀ କଳ ନୁହେଁ, ନାଗରିକ ମାନଙ୍କର ସକ୍ରିୟ ଭାଗିଦାରୀ ହେଉଛି କରୋନା ପ୍ରତିରୋଧର ପ୍ରକୃତ ବଳ ଏବଂ ଏହାକୁ କରି ଦେଖାଇଛନ୍ତି ଉତ୍ତର ଜୋନ୍ରେ ଥିବା ସ୍ଳମ୍ ଏବଂ ଭିଲେଜ୍ କମିଟି।
/sambad/media/post_attachments/wp-content/uploads/2020/09/covid1.jpg)
ବସ୍ତି ଅଂଚଳରେ ଏବଂ ବିଭିନ୍ନ ୱାର୍ଡ଼ରେ କୋଭିଡ଼୍-୧୯ ଜନିତ ସଚେତନତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏକ ଲକ୍ଷ ଟଙ୍କାର ୱାର୍ଡ଼ ବଜେଟର ବ୍ୟବସ୍ଥା କରାଯାଇ ବିଭିନ୍ନ ସ୍ଳମ୍ ଏବଂ ଭିଲେଜ୍ କମିଟିକୁ ସକ୍ରିୟ କରାଯାଇଅଛି। ପ୍ରାଥମିକ ଭାବେ ଉତ୍ତର ଜୋନ୍ରେ ସମୁଦାୟ ୨୧ଟି ୱାର୍ଡ଼ର ୧୧୦ଟି ସ୍ଳମ୍ ଏବଂ ଭିଲେଜ୍ କମିଟିକୁ ୫,୦୦୦ ଟଙ୍କା ଲେଖାଏଁ କୋଭିଡ଼୍ ସଚେତନତା ଅନୁଦାନ ଦିଆଯାଇଅଛି। ଏଥିରେ ସେମାନେ ସଚେତନତା ସଭା, ଶିକ୍ଷା ସୂଚନା ଏବଂ ଯୋଗାଯୋଗ ଉପକରଣ ପ୍ରସ୍ତୁତି, ନିଜ ଅଂଚଳର ସଫେଇ, ବ୍ଲିଚିଂ ଛିଂଚନ, ଗୃହ ପରିଦର୍ଶନରେ ସହଯୋଗ ଇତ୍ୟାଦି କାର୍ଯ୍ୟକୁ ଉତ୍ସାହର ସହିତ କରି ଅଂଚଳର ରୋଗଭାରକୁ କମାଇ ପାରିଛନ୍ତି। ଏବେ ସକ୍ରିୟ ୧୧୦ ଗୋଟି ସ୍ଳମ୍ ଏବଂ ଭିଲେଜ୍ କମିଟି ଏ ଦିଗରେ ଲାଗି ପଡ଼ିଛନ୍ତି ଯାହା ସରକାରଙ୍କର କାମକୁ ହାଲକା କରିଛି।
/sambad/media/post_attachments/wp-content/uploads/2020/09/covid-3.jpg)
ନିୟମିତ ଭାବେ ବସ୍ତିର ଉନ୍ନୟନ କାର୍ଯ୍ୟ କରିଆସୁଥିବା ଦଳ ଗୁଡ଼ିକୁ ବୁଝାଇ କିପରି କୋଭିଡ଼୍ ସଂକ୍ରମଣକୁ ସେମାନେ ନିଜ ଅଂଚଳରେ ରୋକି ପାରିବେ ତାହା ବୁଝାଯାଇଛି। ଉତ୍ତର ଜୋନ୍ କର୍ମଚାରୀମାନେ ନିୟମିତ ଭାବେ କମିଟି ଗୁଡ଼ିକ ସହିତ ଆଲୋଚନା କରିବା ଏବଂ ସେମାନଙ୍କ କାମରେ ରହୁଥିବା ଜଟିଳତାକୁ କିପରି ଲାଘବ କରିହେବ ସେ ଦିଗରେ ବୁଝାଇଥାନ୍ତି। ଏଠାରେ ରହିଥିବା ସମସ୍ତ ବସ୍ତି ଏବଂ ଗ୍ରାମାଂଚଳରେ ବି.ଏମ୍.ସି ତରଫରୁ ଥିବା କୋଭିଡ଼୍-୧୯ ସଚେତନତା ପ୍ରଚାର ଗାଡ଼ିକୁ ବୁଲାଇବା ଏବଂ ଆଶା, ଅଙ୍ଗନବାଡ଼ି ତଥା ୱାର୍ଡ଼ ଅଫିସରଙ୍କୁ ଯୋଗାଯୋଗ କରିବାକୁ ପ୍ରତ୍ୟେକ ଦଳକୁ ବୁଝାଯାଇଛି ନିଜ ସ୍ୱାସ୍ଥ୍ୟ ପାଇଁ ନିଜେ କରିବାର ଉଦାହରଣ ସାଜିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/covid2.jpg)