‘ପରଧନକୁ ଲୋଭ ନକରି ନିଜେ ପରିଶ୍ରମ କର’

Advertisment

ସମସ୍ତେ ଚାହାନ୍ତି ବିନା ପରିଶ୍ରମରେ ଧନ ସଂଗ୍ରହ କରି ଆରାମରେ ଜୀବନଯାପନ କରିବାକୁ। ହେଲେ ପରଧନକୁ ଆଶା କରିବାର କୁପରିଣତି ସେମାନେ ଭୋଗନ୍ତି। ନିଜ ଶକ୍ତିସାମର୍ଥ୍ୟ ଉପରେ ଭରସା ରଖି ପରିଶ୍ରମ କରି ଧନ ଉପାର୍ଜନ କଲେ ଜୀବନ ସରସ ସୁନ୍ଦର ହେବ।

ସମସ୍ତେ ଚାହାନ୍ତି ବିନା ପରିଶ୍ରମରେ ଧନ ସଂଗ୍ରହ କରି ଆରାମରେ ଜୀବନଯାପନ କରିବାକୁ। ହେଲେ ପରଧନକୁ ଆଶା କରିବାର କୁପରିଣତି ସେମାନେ ଭୋଗନ୍ତି। ନିଜ ଶକ୍ତିସାମର୍ଥ୍ୟ ଉପରେ ଭରସା ରଖି ପରିଶ୍ରମ କରି ଧନ ଉପାର୍ଜନ କଲେ ଜୀବନ ସରସ ସୁନ୍ଦର ହେବ।

hkhhfkfhk

ଭୁବନେଶ୍ୱର: ସମସ୍ତେ ଚାହାନ୍ତି ବିନା ପରିଶ୍ରମରେ ଧନ ସଂଗ୍ରହ କରି ଆରାମରେ ଜୀବନଯାପନ କରିବାକୁ। ହେଲେ ପରଧନକୁ ଆଶା କରିବାର କୁପରିଣତି ସେମାନେ ଭୋଗନ୍ତି। ନିଜ ଶକ୍ତିସାମର୍ଥ୍ୟ ଉପରେ ଭରସା ରଖି ପରିଶ୍ରମ କରି ଧନ ଉପାର୍ଜନ କଲେ ଜୀବନ ସରସ ସୁନ୍ଦର ହେବ। ଆଜି ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ‘ଶତାବ୍ଦୀର କଳାକାର’ର ମୌସୁମୀ ନାଟ୍ୟ ଉତ୍ସବ ଅବସରରେ ଅନୁଷ୍ଠିତ ନାଟକ ‘ଘଟାନ୍ତର’ ଏଭଳି ବାର୍ତ୍ତା ଦେଇଛି।  ନାଟକର କାହାଣୀ ଏମିତି: ଅଯୋଧ୍ୟାର ରାଜା ନନ୍ଦ ରୋଗଶଯ୍ୟାରେ ପଡ଼ିଛନ୍ତି। ଜ୍ୟୋତିଷ କହିଛନ୍ତି, ରାଜା ମୁକ୍ତହସ୍ତରେ ବ୍ରାହ୍ମଣମାନଙ୍କୁ ଦାନଦେଲେ ରୋଗମୁକ୍ତ ହୋଇପାରିବେ। ରାଜ୍ୟର ଜଣେ ଗରିବ ବ୍ରାହ୍ମଣ ଲୋଭରେ ଗାଁ’ର କମାରଟୋକାକୁ ଧରି ରାଜଧାନୀ ଯାଆନ୍ତି। ୧୪ ଦିନର ଯାତ୍ରା ପରେ ରାଜଧାନୀରେ ପହଞ୍ଚି ଶୁଣନ୍ତି, ରାଜା ଚାଲିଗଲେ। ବ୍ରାହ୍ମଣ ହତାଶରେ କାନ୍ଦିବା ଆରମ୍ଭ କରି ଦିଅନ୍ତି। ଏହି ସମୟରେ ଶନିଦେବ ଦୟାପରବଶ ହୋଇ ବର ଦିଅନ୍ତି। ବ୍ରାହ୍ମଣର ଆତ୍ମା ରାଜାଙ୍କ ଶରୀରରେ ପ୍ରବେଶ କରି କିଛି ଧନ ସଂଗ୍ରହ କରି ପୁଣି ନିଜ ଘଟକୁ ଫେରିଆସିବା ପାଇଁ ସର୍ତ୍ତ ରହେ।

ବ୍ରାହ୍ମଣ ମରିଯାଆନ୍ତି। କମାରଟୋକା ବ୍ରାହ୍ମଣଙ୍କ ଶବକୁ ପାଖରେ ରଖେ। ତେଣେ ରାଜା ପୁଣି ବଞ୍ଚି ଉଠନ୍ତି। କିଛି ଧନ ଆଣି ଚାଲି ଆସିବା ପରିବର୍ତ୍ତେ ଲୋଭି ବ୍ରାହ୍ମଣ ଅଧିକ ପାଇବା ଆଶାରେ ରାଜାଙ୍କ ଘଟ ଛାଡ଼େନାହିଁ। ଏସବୁ କଥା ରାଜାଙ୍କ ସାନଭାଇ ଜାଣିପାରେ। ସମ୍ପତ୍ତି ଲୋଭରେ ରାଜାଙ୍କୁ ପୁଣି ମାରିବାକୁ ସେ ରାଜବାଟୀରେ ନିଆଁ ଲଗେଇ ଦିଏ। ତେଣୁ ବ୍ରାହ୍ମଣ ରାଜାଙ୍କ ଘଟ ଛାଡ଼ି ପୁଣି ନିଜ ଘଟରେ ପ୍ରବେଶ କରେ। କମାର ଟୋକା ଖୁସି ହୋଇଯାଏ। ହେଲେ ବ୍ରାହ୍ମଣ କାନ୍ଦେ ଯେ କିଛି ଆଣି ପାରିଲାନାହିଁ। କମାରଟୋକା କହେ, ‘‘ପରଧନକୁ ଲୋଭ କରି ମୁଁ ମୋ’ କମାର ଶାଳ ବିକିଲି। ତୁମେ କାମ ଧନ୍ଦା ଛାଡ଼ି ଆସିଲ। ହେଲେ କ’ଣ ଲାଭ ମିଳିଲା! ଇଶ୍ବର ଯାହାକୁ ଯେମିତି ରଖିବା କଥା ରଖିଛନ୍ତି। ଏଇ ହାତ ଦି’ଟା ଅଛି ତ ସବୁ ଅଛି। ଚାଲ, ପୁଣି ଆମେ ଖଟି ଖାଇବା...।’’

ଶତାବ୍ଦୀର କଳାକାରର ମୌସୁମୀ ନାଟ୍ୟ ଉତ୍ସବରେ ‘ଘଟାନ୍ତର’

ନାଟକର ମୂଳ ରଚନା ମନୋଜ ମିତ୍ର କରିଥିବା ବେଳେ ଓଡ଼ିଆ ନାଟ୍ୟରୂପ ‌ଧୀର ମଲ୍ଲିକ ଦେଇଛନ୍ତି। ଆଲୋକ ଅଗ୍ନିବେଶଙ୍କ ନିର୍ଦ୍ଦେଶନାରେ ଶତାବ୍ଦୀର କଳାକାର ଏହାକୁ ପରିବେଷଣ କରିଥିଲା। ସନ୍ତୋଷ, ସତ୍ୟ, ଋତୁରାଜ, ସ୍ନେହ, ଅଶୋକ, ଦେବାଶିଷ, ରାକେଶ, ଶୁଭମ୍, ମନୋଜ, ଜିତ୍, ଅରବିନ୍ଦ, ସୁତନ୍ତୁ, ତୋଫାନ୍, ମମତା, ପ୍ରିୟଙ୍କା, ଯାଜ୍ଞସେନୀ ପ୍ରମୁଖ ଏଥିରେ ଅଭିନୟ କରିଥିଲେ। ସଂଗୀତରେ ପ୍ରତାପ, ଆଲୋକରେ ତ୍ରିପାଠୀ, ମଂଚସଜ୍ଜାରେ ସଂଗ୍ରାମ ଓ ନୃସିଂହ, ପୋଷାକରେ କାର୍ତ୍ତିକ, ରୂପସଜ୍ଜାରେ ନରେନ୍ଦ୍ର, ମଞ୍ଚ ପରିଚାଳନାରେ ସୌମ୍ୟ ଓ କଳ୍ପନା ତଥା ସହ ନିର୍ଦ୍ଦେଶନାରେ ଥିଲେ ନିତ୍ୟାନନ୍ଦ। ସଂଧ୍ୟାରେ ଅତିଥି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ପ୍ରବୋଧ ରଥ, ନାଟ୍ୟକାର ପ୍ରମୋଦ ନାୟକ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଗୌରହରି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ସଂପାଦକ ଧୀର ମଲ୍ଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe