ଭୁବନେଶ୍ୱର: ଚଳିତ ମୌସୁମୀ ବର୍ଷାରେ ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳ ପ୍ରଭାବିତ ହୋଇଛି। କିନ୍ତୁ ବର୍ଷା ଛାଡ଼ିବାର ମାସକ ପରେ ବି ବମିଖାଲ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ଦୁଃଖ ଦୂର ହୋଇନି। ବର୍ଷା ଜଳ ନିଷ୍କାସନ ପାଇଁ ବିଏମ୍ସି ଓ ଜଳସମ୍ପଦ ବିଭାଗ ପକ୍ଷରୁ ପଳାଶୁଣୀରୁ ଝାରପଡ଼ାକୁ ସଂଯୋଗ କରୁଥିବା କେନାଲ ରାସ୍ତାକୁ ଖୋଳି ଦିଆଯାଇଥିଲା। ମାସକ ପରେ ବି ଏହି ରାସ୍ତା ମରାମତି କରାଯାଇ ନଥିବାରୁ ହଜାର ହଜାର ଲୋକଙ୍କ ଯାତାୟାତରେ ଏହା ବାଧକ ସାଜିଛି। ଜୁଲାଇ ୨୧ରେ ରାଜଧାନୀରେ ହୋଇଥିବା ବଡ଼ ବର୍ଷାରେ ମୁଖ୍ୟ ଡ୍ରେନ୍-୧୦ରୁ ପାଣି ଉଛୁଳି ବମିଖାଲ, ଜୟଦୁର୍ଗା ନଗର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ପଶିଲା। ଡ୍ରେନ୍ରେ ପାଣି ନିଷ୍କାସନ ଏକରକମ ବନ୍ଦ ହୋଇଯିବାରୁ ଆସୁଥିବା ପାଣିକୁ ଡାଇଭର୍ଟ କରିବା ପାଇଁ କେନାଲ ରୋଡ୍ର ଦୁଇଟି ସ୍ଥାନରେ ବିଏମ୍ସି ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ରାସ୍ତା ଏପାଖରୁ ସେପାଖ ପର୍ଯ୍ୟନ୍ତ ଖୋଳି ଦେଲେ। ଆଉ ଡ୍ରେନ୍ ପାଣି ଦୟା େଓ୍ଵଷ୍ଟ କେନାଲକୁ ଛାଡ଼ିବା ପାଇଁ ପାଇପ୍ ପକାଇଦେଲେ। ହେଲେ ଏହାପରେ ରାସ୍ତାକୁ ପୋତିଲେନି। ମାସାଧିକ ସମୟ ଧରି ରାସ୍ତା ଖୋଳା ହୋଇଥିବାରୁ ଏହି ରାସ୍ତାରେ ଯାତାୟାତ ପୂରା ବନ୍ଦ ହୋଇଯାଇଛି। ଯେଉଁ ଦୁଇଟି ସ୍ଥାନରେ ରାସ୍ତା ଖୋଳାଯାଇଛି ତାହା ମଧ୍ୟରେ କେନାଲ ରୋଡ୍ରୁ କଟକ ରୋଡ୍ ସଂଯୋଗ କରୁଥିବା ରାସ୍ତା ସହ ଶତାଧିକ ଲୋକଙ୍କ ଘର ଅଛି। ରାସ୍ତା ଖୋଳା ହୋଇଥିବାରୁ ଲୋକମାନେ ଘରୁ ଚାରିଚକିଆ ଯାନ ବାହାର କରିପାରୁନାହାନ୍ତି କି କୌଣସି ଜରୁରୀକାଳୀନ ପରିସ୍ଥିତିରେ ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡ଼ି ଯିବା ଭଳି ବ୍ୟବସ୍ଥା ନାହିଁ। ଯାହା ଏବେ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ପାଲଟିଛି।
ରାସ୍ତା ଖୋଳିଦେଲେ, ପୋତିବାକୁ ଭୁଲିଗଲେ
କେନାଲ୍ ରୋଡ୍ରେ ଯାତାୟାତରେ ଗୁରୁତର ସମସ୍ୟା
/sambad/media/post_attachments/wp-content/uploads/2018/08/m8-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)