ଭୁବନେଶ୍ବର: ହାଇକୋର୍ଟ ବାର୍ ଆସୋସିଏସନ ଡାକରାରେ ଭୁବନେଶ୍ବର ଓକିଲ ସଂଘ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଗୁରୁବାର ଯାଏଁ ଚାଲିବାକୁ ସ୍ଥିର ହୋଇଛି। ଆଜି ବସିଥିବା ସାଧାରଣ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ୨ ତାରିଖରେ ସାଧାରଣ ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସଂଘର ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। କଟକରେ ଓକିଲ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା ପୁଲିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ସଂଘ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ସେ କହିଛନ୍ତି। କୌଣସି ରାଜନୈତିକ ଦଳ ସଂଘର ଏକତାକୁ କ୍ଷୁର୍ଣ୍ଣ ନ କରିବା ପାଇଁ ସଂଘ ଚେତାବନୀ ଦେଇଛି। ଅନ୍ୟପଟେ ମୂଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସମାଧାନ କରୁ ନଥିବାରୁ ବିଭିନ୍ନ ବାର୍ରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ ଭୁବନେଶ୍ବର ବାର୍ରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ନାହିଁ। ଏଭଳି କରା ନଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଭୁବନେଶ୍ବର ଓକିଲ ସଂଘର ଏକତା ଯେଭଳି ପୂବର୍ରୁ ରହିଥିଲା ଠିକ୍ ସେହିଭଳି ରହିଛି ଓ ଆଗକୁ ରହିବ ବୋଲି ମତ ପ୍ରକାଶ ପାଇଥିଲା। ଉପସଭାପତି ଅଶୋକ ବେହେରା, ସମ୍ପାଦକ ଅଞ୍ଜନ ସାମନ୍ତରାୟ, ସହ ସହସମ୍ପାଦକ ଭାଗ୍ୟବତୀ ରାଉତରାୟ, କୋଷାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଦୀପ୍ତିପ୍ରସାଦ ନନ୍ଦ, ବିଶ୍ବେନ୍ଦୁ ନାୟକ, ଆଶୁତୋଷ ଷଡ଼ଙ୍ଗୀ, ସ୍ବାଗତିକା ରଥ, ଦୁର୍ଗାଚରଣ ଦାଶ, ସଦାଶିବ ଦାଶ, ନଳିନୀକାନ୍ତ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ସଂଘ ଦୁଇଦିନିଆ ବନ୍ଦ ଡାକରା ଦେଇଥିବାରୁ ୨୯ ଓ ୩୦ ତାରିଖ କାର୍ଯ୍ୟ ବନ୍ଦ ରହିଥିଲା। ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଘୋଷଣା ହେବା ପରେ ଲଗାତାର ୨୯ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଓକିଲମାନଙ୍କର କାର୍ଯ୍ୟ ବନ୍ଦ ରହିବ।
ଭୁବନେଶ୍ବର ବାର୍ରେ ଗୁରୁବାର ଯାଏଁ କାର୍ଯ୍ୟବନ୍ଦ
/sambad/media/post_attachments/wp-content/uploads/2018/11/Untitled-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)