ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟକରିବା ଦରକାର

‘ବସନ୍ତ ଦିବସ’

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍‌ ଓ ଗାଇଡସ୍‌ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ପୂର୍ବତନ ସଭାପତି ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ସ୍ମୃତିରେ ‘ବସନ୍ତ ଦିବସ’ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ କମିସନର କାଳିପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତିସଭାରେ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ କହିଲେ, କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ କାର୍ଯ୍ୟକରିବା ଦରକାର।

ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ଦୃଢ଼ତାର ସହିତ ଆଗେଇ ପାରିଲେ ଆମ ଜୀବନରେ ନିଶ୍ଚିତ ଭାବେ ସଫଳତା ପାଇ ପାରିବା। ଏହି ଅବସରରେ ଶାନ୍ତି ବାର୍ତ୍ତା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା ଓ ରାଜ୍ୟସ୍ତରରେ ସ୍କାଉଟିଂର ଉନ୍ନତି ଲାଗି ରାଜ୍ୟର ସମସ୍ତ ଜିଲ୍ଲାର ୩୦ଜଣଙ୍କୁ ‘ବସନ୍ତ ବିଶ୍ବାଳ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ରାଜ୍ୟ ଗାଇଡ୍‌ ସଂଗଠନ କମିସନର ଅନାମିକା ଦାସ ପରିଚାଳନା କରିଥିବା ବେଳେ ରାଜ୍ୟ ସଂପାଦକ ଶରତ କୁମାର ପାଇକରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର