ନିୟମ ମାନୁନାହାନ୍ତି କର୍ମଚାରୀ : ଏକାଠି ରେଳ ଧାରଣା ମରାମତି କଲେ ଶତାଧିକ ଶ୍ରମିକ

ଚନ୍ଦ୍ରଶେଖରପୁର : କରୋନା ଠାରୁ ବର୍ତିବାକୁ ହେଲେ ସାମାଜିକ ଦୂରତା ନିହାତି ଆବଶ୍ୟକ। ଯାହାକୁ ବାଧ୍ୟତାମୂଳକ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି। ଲୋକେ ଏହାକୁ ବି ପାଳନ କରୁଛନ୍ତି। ହେଲେ ଖୋଦ୍‌ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କର୍ମଚାରୀ ଏହାକୁ ମାନିବ‌ାକୁ ନାରାଜ। ଆଜି ଭୁବନେଶ୍ବର ରେଳ ଷ୍ଟେସନରେ ଚାଲିଥିବା ରେଳଧାରଣା ମରାମତି କାର୍ଯ୍ୟରୁ ଏହା ଜଳଜଳ ବାରି ହୋଇପଡ଼ୁଛି।

ଆଜି ଭୁବନେଶ୍ବର ଷ୍ଟେସନ ନିକଟରେ ରେଳ ଧାରଣା ମରାମତି କାମ ଚାଲିଥିଲା। ଶହ ଶହ ଶ୍ରମିକ ଧାରଣା ଉପରେ କାମ କରୁଥିଲେ। ସେମାନଙ୍କ ମୁହଁରେ ନଥିଲା ମାସ୍କ କିମ୍ବା ସାମାଜିକ ଦୂରତାର ଚିହ୍ନ ବର୍ଣ୍ଣ। ଏଭଳି ଭାବେ ଶ୍ରମିକମାନେ କାମ କରୁଥିବା ବେଳେ ରେଳ ବିଭାଗୀୟ ଯନ୍ତ୍ରୀ ଓ ସହ ବିଭାଗୀୟ ଯନ୍ତ୍ରୀ ସେଠାରେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରୁଥିଲେ। ଏହାଛଡ଼ା ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗର ହୋଇଥିବାରୁ ଅନ୍ୟ ରେଳ ଶ୍ରମିକମାନେ ତାଙ୍କ ସହ କାମ କରିବା ପାଇଁ ମନା କରିଥିଲେ। ମାତ୍ର ଅଧିକାରୀଙ୍କ କଡ଼ା ଦାଗିଦ୍ ଯୋଗୁଁ ବାଧ୍ୟ ହୋଇ କାମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

ସୂଚନାଥାଉକି ଉକ୍ତ କାର୍ଯ୍ୟନେଇ ଜିଲ୍ଲାପାଳଙ୍କ ନିର୍ଦେଶନାମା ଅନୁଯାୟୀ ୧୧ଜଣ ଶ୍ରମିକଙ୍କୁ ଗୋଟିଏ ସ୍ଥାନରେ କାର୍ଯ୍ୟରେ ନିୟୋଜିତ କରିହେବ। ମାତ୍ର ରେଳ ଅଧିକାରୀମାନେ ନିର୍ଦ୍ଦେଶକୁ ଅଣଦେଖା କରି ଶତାଧିକ ଶ୍ରମିକଙ୍କୁ କାମରେ ଲଗାଉଥିବା ବେଳେ ରେଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର