ଭୁବନେଶ୍ୱର : ଆୟକର ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀ ନିଜର କର୍ତ୍ତବ୍ୟକୁ ନେଇ ବେଶ୍ ସଚେତନ ଥିବା ବେଳେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି ସେମାନଙ୍କର ସମସ୍ୟାକୁ ଅଣଦେଖା କରୁଛି। ଏହାକୁ ବିରୋଧ କରି ଆସନ୍ତାକାଲି ସାରା ଦେଶରେ ସରକାରୀ ଭାବେ ପାଳିତ ହେବାକୁ ଥିବା ଆୟକର ଦିବସରେ ଆୟକର କର୍ମଚାରୀ ମହାସଂଘ ଓ ଆୟକର ଗେଜେଟେଡ୍ ଅଧିକାରୀ ସଂଘ ଭାଗ ନନେବାକୁ ଜଣାଇଛନ୍ତି। ଦୀର୍ଘବର୍ଷ ଧରି ବିଭିନ୍ନ କ୍ୟାଡର୍ ପାଇଁ ରିକ୍ରୁଟମେଣ୍ଟ ରୁଲ୍ ତିଆରି ହୋଇ ନପାରିବା, ଆୟକର ଅଧିକାରୀ ପଦରୁ ଆୟକର ସହାୟକ ଆୟୁକ୍ତ ପଦକୁ ପଦୋନ୍ନତି, ବର୍ଷବର୍ଷ ଧରି ଖାଲି ଥିବା ପଦକୁ ପୂରଣ ନକରିବା, ଷ୍ଟାଫ୍ କାର୍ ଡ୍ରାଇଭର ପଦକୁ ନିୟମିତ କରିବା, କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ, ଅଫିସରେ କର୍ମଚାରୀଙ୍କ ପାଇଁ ଭିତ୍ତିଭୂମିରେ ବିକାଶ, କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଅନ୍ୟ କର୍ମଚାରୀ ଓ ଅଧିକାରୀଙ୍କ ଦରମା ସହ ସମାନ ଦରମା ବ୍ୟବସ୍ଥା ଲାଗୁ କରିବା, ଆୟକର ଅଧିକାରୀ କ୍ୟାଡର୍ରେ ଷ୍ଟାଗନେସନ୍କୁ ଦୂର କରିବା ଭଳି ଦାବି ବାରମ୍ବାର କରାଯାଉଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷରେ ପ୍ରତିବର୍ଷ ସରକାରଙ୍କ ତରଫରୁ ପ୍ରତ୍ୟକ୍ଷ କର ସଂଗ୍ରହର ଲକ୍ଷ୍ୟକୁ ବଢ଼ାଯାଉଛି। ତେବେ ସିବିଡିଟିର ଏଭଳି ବୈମାତୃକ ମନୋଭାବକୁ ବିରୋଧ କରି ଅଗଷ୍ଟ ୧ରୁ କୌଣସି ସର୍ଭେ, ସର୍ଚ ଓ ସିଜରରେ ଭାଗ ନନେବା, ସେପ୍ଟେମ୍ବର ୧୨ରେ ଦେଶବ୍ୟାପୀ ଏକଦିବସୀୟ ଧର୍ମଘଟ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଏହି ଦୁଇ ସଂଘ ପକ୍ଷରୁ କୁହାଯାଇଛି।
ଆୟକର ଦିବସ ପାଳନ କରିବେନି ଆୟକର କର୍ମଚାରୀ
/sambad/media/post_attachments/wp-content/uploads/2018/07/incom-tax.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)