ବିଏମ୍‌ସି ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଧାରଣା

ଭୁବନେଶ୍ୱର : ସ୍ଥାୟୀ ନିଯୁକ୍ତି ଦାବି ନେଇ ବିଏମ୍‌ସି ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସଂଘର ସାଧରଣ ସଂପାଦକ ଏସ୍‌.କେ ଶାହାଙ୍କ ନେତୃତ୍ୱରେ କର୍ମଚାରୀମାନେ ଏହି ଧାରଣାରେ ସାମିଲ ହୋଇଥିଲେ।

ସଂଘର କହିବାନୁଯାୟୀ, ୧୯୯୯ ମସିହା ମେ’ ୧୫ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ ପୌର ସଂସ୍ଥାରେ ନିୟମିତ ଅସ୍ଥାୟୀ କର୍ମଚାରୀଙ୍କୁ ଚାକିରିର ୧୦ବର୍ଷ ପରେ ସ୍ଥାୟୀ କରାଯିବ ବୋଲି କୁହାଯାଇଥିଲା। ମାତ୍ର କର୍ମଚାରୀମାନେ ୨୦ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ହେଁ ସେମାନଙ୍କୁ ସ୍ଥାୟୀ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ତେଣୁ ୧୯୯୩ ମସିହା ଏପ୍ରିଲ ୧୨ତାରିଖ ପରେ ବିଭିନ୍ନ ପୌରସଂସ୍ଥାରେ ଅସ୍ଥାୟୀ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା।

ସମ୍ବନ୍ଧିତ ଖବର