ଭୁବନେଶ୍ବର: ସାଧାରଣ ମଣିଷ ରୋଗାକ୍ରାନ୍ତ ଥିବାବେଳେ ସ୍ବାସ୍ଥ୍ୟକୁ ନେଇ ସେ କିପରି ବ୍ୟବହାର କରୁଛି, ଶରୀର ଉପରେ ଏହାର ପ୍ରଭାବକୁ ବୁଝିବା ଔଷଧ ପ୍ରଦାନଠାରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ବିଶେଷକରି କୋଭିଡ୍ ଭଳି ମହାମାରୀ ସମୟରେ ବ୍ୟକ୍ତିର ଦୃଷ୍ଟିଭଙ୍ଗୀ, ଭାବନା, ମତାମତ ଏବଂ ଚିକିତ୍ସା ପଦ୍ଧତିକୁ କିପରି ପାଳନ କରାଯାଉଛି ତାହା ଦେଖାଯିବା ଉଚିତ। ଏମ୍‌ସର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ‘ସ୍ବାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଗୁଣବତ୍ତାସମ୍ପନ୍ନ ପଦ୍ଧତି’ଶୀଷର୍କ ଦୁଇଦିନିଆ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ଏମ୍‌ସ ନାଗପୁରର କମ୍ୟୁନିଟି ମେଡିସିନ୍ ବିଭାଗ ମୁଖ୍ୟ ତଥା ଡିନ୍‌(ଗବେଷଣା) ପ୍ରଫେସର ଡ. ପ୍ରଦୀପ ଦେଶମୁଖ।

Advertisment

କାର୍ଯ୍ୟକ୍ରମକୁ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ସଂଖ୍ୟାକୁ ନଯାଇ ଗୁଣବତ୍ତାସଂପନ୍ନ ଗବେଷଣା ଉପରେ ଗୁରୁତ୍ବ ଦିଆଯିବା ଉଚିତ। ଗବେଷଣା ମଣିଷ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ ବୋଲି ଡ. ଅମୋଲ ଡଙ୍ଗ କହିଛନ୍ତି। କାର୍ଯ୍ୟକ୍ରମରେ ଏମ୍‌ସ ଭୁବନେଶ୍ବର ଡିନ୍ ଡ. ଦେବାଶିଷ ହୋତା, କମ୍ୟୁନିଟି ମେଡିସିନ୍ ବିଭାଗ ମୁଖ୍ୟ ଡ. ସୋନୁ ଏଚ୍ ସୁବା, ଏସ୍‌ସିବି ମେଡିକାଲ୍ କଲେଜ୍, ବୁର୍ଲାସ୍ଥିତ ଭୀମସାର, ବ୍ରହ୍ମପୁରସ୍ଥିତ ଏମକେସିଜି, କିମ୍‌ସ ଚିକିତ୍ସକ, ଗବେଷକ ଏବଂ ପିଏଚ୍‌ଡି ଗବେଷକମାନେ ଅଂଶଗ୍ରହଣ କରିଥିଲେ।