ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର୍ ପକ୍ଷରୁ ‘ପୁରୁଷ ଯୌନ ଅକ୍ଷମତା ଓ ବନ୍ଧ୍ୟାତ୍ୱ’ ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ‘ସିଏମ୍ଇ ଆଣ୍ଡ୍ରୋଏକ୍ସଏଲ୍-୨୦୨୫’ ମଧ୍ୟ ଆୟୋଜିତ ହୋଇଛି। ଦିନିକିଆ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ ଉପସ୍ଥିତି ଥିଲେ। କାର୍ଯ୍ୟକ୍ରମରେ ନାସ୍ନାଲ୍ ମେଡିକାଲ୍ କମିସନ (ଏନ୍ଏମ୍ସି)ର ଅଧ୍ୟକ୍ଷ ଡକ୍ଟର ବିଜୟ ଓଜା ମୁଖ୍ୟଅତିଥି ଭାବରେ ଯୋଗ ଦେଇ କହିଲେ ଯେ ପୁରୁଷ ଯୌନ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟକୁ ସମ୍ମୁଖକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।
ସମ୍ ଅଲ୍ଟିମେଟ୍ର ମେଡିକେୟାର୍ ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର ବିରାଜ ମୋହନ ମିଶ୍ର ଏହି ବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ, ପୂର୍ବ ଭାରତରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାର୍ ପୁରୁଷ ଯୌନ ସ୍ୱାସ୍ଥ୍ୟ ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଆଣ୍ଡ୍ରୋଲୋଜିକୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ କହିଥିଲେ।
ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ପ୍ରକୃତ ସ୍ୱାସ୍ଥ୍ୟସେବା ମାନବ କଲ୍ୟାଣର ମୂଳ ମନ୍ତ୍ର ବୋଲି କହିଥିଲେ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ କହିଲେ ଯେ ସୋଆ ସର୍ବଦା ଚିକିତ୍ସା ଜ୍ଞାନ ଏବଂ ନବସୃଜନକୁ ଆଗକୁ ବଢ଼ାଇବାରେ ସହାୟକ ହୋଇଛି। ବିଶେଷଜ୍ଞମାନଙ୍କ ମଧ୍ୟରେ ବରିଷ୍ଠ ୟୁରୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ତଥା ଟ୍ରାନ୍ସପ୍ଲାଣ୍ଟ ସର୍ଜନ ପ୍ରଫେସର ଦତେଶ୍ୱର ହୋତା, ସମ୍ ହସ୍ପିଟାଲ୍ ୟୁରୋଲୋଜି ବିଭାଗ ପ୍ରଫେସର ଦେବବ୍ରତ ସାବତ ଓ ସିନିୟର୍ କନ୍ସଲଟାଣ୍ଟ ଡାକ୍ତର ପ୍ରଣବ ପଟ୍ଟନାୟକ ଉପସ୍ଥିତ ଥିଲେ। ଚିକିତ୍ସାବିଜ୍ଞାନୀ ଦୀପକ ଗୁପ୍ତେ, ପ୍ରଶାନ୍ତ ପଟ୍ଟନାୟକ, ପ୍ରିୟଙ୍କା କୋଠାରି, ପ୍ରିୟରଞ୍ଜନ ନନ୍ଦୀ, ନିଳାଞ୍ଜନ ମିତ୍ର, ଡାକ୍ତର ବିନୀତ ମାଲହୋତ୍ରା, କାର୍ତିକେୟାନ୍ ଭିଏସ୍, ପୁଭାଇ ମୁରୁଗାନ୍, ହରପ୍ରିତ ସିଂ, ପ୍ୟାରିଲାଲ୍ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ ଅଲ୍ଟିମେଟ୍ ମେଡିକେୟାର୍ ପକ୍ଷରୁ କର୍ମଶାଳା
ସମ୍ ଅଲ୍ଟିମେଟ୍ ମେଡିକେୟାର୍ ପକ୍ଷରୁ ‘ପୁରୁଷ ଯୌନ ଅକ୍ଷମତା ଓ ବନ୍ଧ୍ୟାତ୍ୱ’ ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ‘ସିଏମ୍ଇ ଆଣ୍ଡ୍ରୋଏକ୍ସଏଲ୍-୨୦୨୫’ ମଧ୍ୟ ଆୟୋଜିତ ହୋଇଛି। ଦିନିକିଆ କର୍ମଶାଳାରେ...
/sambad/media/media_files/2025/08/11/untitled-9-2025-08-11-06-32-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)