ବୃତ୍ତିଗତ ରୋଗ ସମ୍ବନ୍ଧୀୟ କର୍ମଶାଳା

ଭୁବନେଶ୍ବର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଶ୍ରମ ସଂସ୍କାର ପରିପ୍ରେକ୍ଷୀରେ ଅନୁଷ୍ଠିତ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଅଧିକାରୀମାନଙ୍କ ଏକ ସମ୍ମିଳନୀ ତଥା ବୃତ୍ତିଗତ ରୋଗ ସମ୍ବନ୍ଧୀୟ କର୍ମଶାଳା ଶ୍ରମ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ କମଳେଶ ସରକାର ଓ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ସଂଘମିତ୍ରା ପତି ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରମ ଓ କର୍ମଚାରୀ ବିଭାଗ ଅଧୀନ ୩ଟି ନିର୍ଦ୍ଦେଶାଳୟ ଯଥା କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ, ଶ୍ରମ ନିର୍ଦ୍ଦେଶାଳୟ ଓ ଇଏସ୍‌ଆଇଏସ୍‌ ନିର୍ଦ୍ଦେଶାଳୟର ଅଧିକାରୀଙ୍କ ସମେତ ବିଭିନ୍ନ କାରଖାନାର ପ୍ରତିନିଧି, ଶିଳ୍ପ ସୁରକ୍ଷା ଓ ବୃତ୍ତିଗତ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ। କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଅଧିକାରୀମାନଙ୍କ ସମ୍ମିଳନୀରେ କ୍ଷେତ୍ରୀୟ ଅଧିକାରୀଙ୍କ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶକ ସତ୍ୟନାରାୟଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର