ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଓ ଉଦ୍ୟମିତାକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲ ପକ୍ଷରୁ ନିକଟରେ ଏକ ଚମତ୍କାର ଡିଜାଇନ୍ ଭାବନା ଓ ନବସୃଜନ କର୍ମଶାଳା ଆୟୋଜନ କରାଯାଇଥିଲା । ମେ’ ୨୩ରୁ ୨୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କର୍ମଶାଳାକୁ ସିଙ୍ଗାପୁରର ଲୋକପ୍ରିୟ ସଂସ୍ଥା କିଡ୍ସପ୍ରେନୁ୍ୟଅରସିପ୍ ସହଯୋଗରେ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଏକବିଂଶ ଶତାବ୍ଦୀର ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରଭୂଜୀ ଇଂଲିଶ ମିଡିୟମ୍ ସ୍କୁଲ ପକ୍ଷରୁ କିଡ୍ସପ୍ରେନୁ୍ୟଅରସିପ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହି କର୍ମଶାଳାରେ ଡିଜାଇନ ଭାବନାର ମୂଳତତ୍ୱ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭାବନା, ପ୍ରଭାବଶାଳୀ ସହଯାଗିତା ଓ ବାସ୍ତବ ଦୁନିଆର ସମସ୍ୟାର ଅଭିନବ ସମାଧାନ ବିକାଶ କରିବା ଲାଗି ଉତ୍ସାହିତ କରାଯାଇଥିଲା।
ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଶିକ୍ଷଣୀୟ ପରିବେଶ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିଲେ ଯାହା ସେମାନଙ୍କ ଚିନ୍ତାଧାରା, ସମସ୍ୟା-ସମଧାନ ଓ ଉଦ୍ୟମିତା ଭାବନାକୁ ସୁଦୃଢ଼ କରିଛି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ସଂପୃକ୍ତ ରହି ସମସ୍ୟାକୁ ଚିହ୍ନଟ କରି ତାହାର ଅନୁଧ୍ୟାନ କରିବା, ଚିନ୍ତାଧାରା ଉପରେ ମାନସମନ୍ଥନ କରିବା, ସମାଧାନର ନମୁନା ପ୍ରସ୍ତୁତ କରି ତାହାକୁ ପରୀକ୍ଷଣ କରିବା ଭଳି ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଜାଗ୍ରତ କରାଇବା ଲାଗି କିଡ୍ସପ୍ରେନୁ୍ୟଅରସିପ୍ର ବିଶେଷଜ୍ଞମାନେ ମାର୍ଗଦର୍ଶନ ଓ ମେଟଂରସିପ୍ ସୁବିଧା ପ୍ରଦାନ କରିଥିଲେ। ଏହି କର୍ମଶାଳାକୁ ହାଇବ୍ରିଡ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା ଯେଉଁଥିରେ ସିଙ୍ଗାପୁରର ପ୍ରଶିକ୍ଷକ ଓ ସେମାନଙ୍କ ଟିମ୍ ତାଲିମ ପ୍ରଦାନ କରିବାକୁ ଯୋଡ଼ି ହୋଇଥିଲେ।