‘ଫନି ବାତ୍ୟାରୁ ଶିକ୍ଷା’ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ବର: ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖା ଆନୁକୂଲ୍ୟରେ ହୋଟେଲ ନ୍ୟୁ ମାରିୟନ୍‌ରେ ଚାଲିଥିବା ଦୁଇଦିନିଆ କର୍ମଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି। ଫନି ବାତ୍ୟାରୁ ଶିକ୍ଷା ଲାଭ ଉପରେ ଆଧାରିତ ଏହି କର୍ମଶାଳାକୁ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଉଦ୍‌ଘାଟନ କରି କହିଲେ ଯେ ଆମେ ଅନ୍ୟର ଦୁଃଖକୁ ଉପଲବ୍ଧି କରି ସେବା ମନୋବୃତ୍ତି ନେଇ ତାହା ଲାଘବ କରିପାରିଲେ ମାନବ ଜୀବନ ସାର୍ଥକ ହେବ। ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପ୍ରମୁଖ ଯୋଗଦେଇ ଫନି ବାତ୍ୟା ସମୟରେ ରେଡକ୍ରସ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିବା ପ୍ରଶଂସା କରିଥିଲେ। ଓଡିଶା ରାଜ୍ୟ ରେଡକ୍ରସ୍ ଶାଖାର ଅବୈତନିକ ସଚିବ ମେଜର ଡ. କଳ୍ପନା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମସଚିବ ଡ. ଦୁର୍ଗାଶଙ୍କର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳଙ୍କ ପ୍ରଧାନ ସଚିବ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଶୋକ ରଥ ଯୋଗ ଦେଇ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ପ୍ରଶଂସା କରିଥିଲେ। ଶାଖାର ବିପର୍ଯ୍ୟୟ ପରିଚାଳନା ସଂଯୋଜିକା ସୁମିତ୍ରା ତ୍ରିପାଠୀ କର୍ମଶାଳାକୁ ପରିଚାଳନା କରିଥିଲେ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକ ଚନ୍ଦନ ମହାନ୍ତି ବାତ୍ୟା ସମୟରେ ରେଡକ୍ରସର କାର୍ଯ୍ୟାବଳୀ ସଂପର୍କରେ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର