ଭୁବନେଶ୍ବର : ଏଡ୍ସ ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ନେଇ ବି.ଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେସାଲିଟି ହସ୍ପିଟାଲ୍ ଓ ‘ସମ୍ବାଦ’ ପକ୍ଷରୁ ଆସନ୍ତାକାଲି (ଶନିବାର) ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆୟୋଜିତ ହେବ କାର୍ଯ୍ୟକ୍ରମ ‘ଏଡ୍ସକୁ ନା’। ବିଶ୍ବ ଏଡ୍ସ ଦିବସ ପରିପ୍ରେକ୍ଷୀରେ ଏସ୍ପ୍ଲାନେଡ୍ ପରିସରରେ ୨ଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନ୍ଏସି କଲୋନି ୟୁପି ସ୍କୁଲ୍ ଓ ପ୍ରେସ୍ କଲୋନି ଟେଷ୍ଟ୍ ବୁକ୍ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ସମେତ ଦେହଜୀବୀଙ୍କ ସନ୍ତାନ ସନ୍ତତି ଓ ବସ୍ତି ପିଲାଙ୍କୁ ନେଇ ମଧ୍ୟାହ୍ନରୁ ଅପରାହ୍ଣ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେତେକ ପ୍ରତିଭାଙ୍କ ସମେତ ତୃତୀୟ ଲିଙ୍ଗୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରି ଏଡ୍ସ ସମ୍ବନ୍ଧୀୟ ସଚେତନ କରାଇବେ। ଦ୍ବିତୀୟ ପର୍ଯ୍ୟାୟ ଅପରାହ୍ଣ ସାଢ଼େ ୪ଟାରେ ବିଶ୍ବ ଏଡ୍ସ ଦିବସର ଚଳିତ ବର୍ଷର ବିଷୟବସ୍ତୁ ‘କମ୍ୟୁନିଟିଜ୍ ମେକ୍ ଦ ଡିଫରେନ୍ସ’ ଉପରେ ଆଲୋଚନା ହେବ। ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଯୋଗଦେଇ ସଚେତନ କରାଇବେ। ଇଚ୍ଛୁକ ବ୍ୟକ୍ତିବିଶେଷ ଏଇ କାର୍ଯ୍ୟକ୍ରମରେ ଅଂଶୀଦାର ହୋଇ ଏଡ୍ସ ସଚେତନତା ଅଭିଯାନରେ ସାମିଲ୍ ହୋଇପାରିବେ।
ସମ୍ବାଦ ଓ ବି.ଆର୍ କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ‘ଏଡ୍ସକୁ ନା’ ଆଜି
/sambad/media/post_attachments/wp-content/uploads/2019/11/world-aids-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)