ଭୁବନେଶ୍ବର: ସ୍ଥାନୀୟ ସହିଦ ନଗରସ୍ଥିତ ଶାନ୍ତିପଲ୍ଲୀ ବସ୍ତିରେ ବୁଧବାର ଦିନ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏମ୍ଏସ୍ଡବ୍ଲ୍ୟୁ ବିଭାଗର ସ୍ୱଚ୍ଛାସେବୀ ମାନଙ୍କ ଦ୍ୱାରା ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ତ୍ରିନାଥ ମନ୍ଦିର ପ୍ରାଙ୍ଗଣରୁ ବାହାରି ବସ୍ତି ପରିକ୍ରମା କରିବା ସହ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଶାନ୍ତିପଲ୍ଲୀବାସୀଙ୍କୁ ସଚେତନତା କରାଯାଇଥିଲା। ସାଧାରଣତ ବସ୍ତିର ଲୋକ ମାନେ ଏଡ୍ସ ଭଳି ଭୟଙ୍କର ରୋଗ ବିଷୟରେ ସଚେତନ ନଥିବା ବେଳେ ପ୍ରଥମ ଥର ପାଇଁ ଶିଶୁ ମାନଙ୍କ ସଚେତନତା ରାଲି ଏବଂ ସ୍ଲୋଗାନ ସମଗ୍ର ବସ୍ତିକୁ ପ୍ରକମ୍ପିତ କରିଥିଲା। ଅନେକ ବ୍ୟକ୍ତି ସଚେତନ ହେବା ସହିତ ଏଡ୍ସଠୁ ଦୂରେଇ ରହିବାକୁ ଶପଥ ନେଇଥିଲେ।
/sambad/media/post_attachments/wp-content/uploads/2021/12/e41bdd2e-d3f3-49c0-9a6f-119dc1e5e0c0-1024x461.jpg)
ସମାଜ ସେବା ବିଭାଗ ଛାତ୍ରଛାତ୍ରୀ ମାନଙ୍କର ଏଭଳି ନିଆରା ସଚେତନତା କାର୍ଯ୍ୟକ୍ରମକୁ ବସ୍ତି ବାସିନ୍ଦା ହୁରି ହୁରି ପ୍ରଶଂସା କରିଛନ୍ତି. ଏହି କାର୍ଯ୍ୟକ୍ରମରେ ଡ଼ଃ ମହମ୍ମଦ ଇମ୍ରାନ ଅଲ୍ଲୀ, କ୍ଷେତ୍ରବାସୀ ବେହେରା ଓ କୈଳାଶ ସାହୁ ସହଯୋଗ କରିଥିବା ବେଳେ ସମାଜସେବା ବିଭାଗର ଛାତ୍ରଛାତ୍ରୀ-ମନ୍ଦାକିନୀ ଆଚାର୍ଯ୍ୟ, ଜ୍ୟୋତି ବେହେରା, ଅନ୍ତର୍ଯ୍ୟାମୀ ସାହୁ ଓ ରାକେଶ ବଳ ପ୍ରମୁଖ ପରିଚଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/964f3cc6-e67a-4e34-9db0-49ef8d321916.jpg)