ଧଉଳି: ବିଶ୍ୱ କଳା ଦିବସ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଚାଲିଥିବା ଦୁଇଦିନିଆ କଳା ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଲଳିତକଳା ଏକାଡେମିର ପୂର୍ବତନ ସଭାପତି ତଥା ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନ୍ଗୋ ଯୋଗଦେବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାଗୁଡ଼ିକୁ ବୁଲି ଦେଖିଥିଲେ। ସମ୍ମାନିତ ଅତିଥି ଜ୍ୟୋତିର୍ମୟୀ କାନୁନ୍ଗୋ, ଲକ୍ଷ୍ମୀକାନ୍ତ ମହାପାତ୍ର, ସଂପାଦକ ମିହିରକାନ୍ତ ପ୍ରହରାଜ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ କଳାର ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ବିଶ୍ୱ କଳା ଦିବସ ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରକଳା, ଭାସ୍କର୍ଯ୍ୟ ଓ ବ୍ୟାବହାରିକ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଚିତ୍ରକଳାରେ ମନୀଷା ମହାରଣା, ଭାସ୍କର୍ଯ୍ୟରେ ପଙ୍କଜ କୁମାର ବେହେରା ଓ ଡିଜାଇନ୍ରେ ସାରଥୀ ପଲାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଅତିଥିମାନେ ସେମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ପୁରସ୍କୃତ କରିଥିଲେ। ଏହି ଅବସରରେ ରବୀନ୍ଦ୍ର କୁମାର ମହାରଣାଙ୍କ ଦ୍ୱାରା ଲିଖିତ ‘ଦାକ୍ଷିଣାତ୍ୟ ଓଡ଼ିଶାର ରୀତି ସମ୍ପନ୍ନ ଭିତ୍ତିଚିତ୍ର’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଯେଉଁଥିରେ ଓଡ଼ିଶାର ପୁରାତନ ମନ୍ଦିରମାନଙ୍କରେ ଥିବା ପାରିପାର୍ଶ୍ବିକ ଭିତ୍ତିଚିତ୍ର ଉପରେ ଉପାଦେୟ ତଥ୍ୟ ପ୍ରକାଶିତ ହୋଇଛି। ଏହି ଅବସରରେ ଚିତ୍ରଶିଳ୍ପୀ ଜୟା ଜେନା, ଚନ୍ଦନ କୁମାର ସାମଲ, ସସ୍ମିତା କାମିଲା, ରାମଶଙ୍କର ସାହୁ, ମାନସ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ୱ କଳା ଦିବସ-୨୦୧୯ ଉଦ୍ଯାପିତ
/sambad/media/post_attachments/wp-content/uploads/2019/04/Untitled-15-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)