ଭୁବନେଶ୍ୱର: ୟୁଥ୍ ଫର୍ ୱାଟର ପ୍ଲସ୍ କ୍ୟାମ୍ପେନ୍ ପକ୍ଷରୁ ଆନନ୍ଦବନରେ ବିଶ୍ୱ ମହୁମାଛି ଦିବସ ପାଳିତ ହୋଇଯାଇଛି। ଓୟୁଏଟି, ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ବର ଇକୋ, ଗ୍ରିନ୍ ଆକ୍ସନ କ୍ଲବ୍, ବି ଟ୍ରଷ୍ଟ ଅଫ୍ ଓଡ଼ିଶା, ସ୍ବସ୍ତିକସୋଲ୍, ବିଜିଭିଏସ୍ ଓ ପାଣ୍ଟିସ୍ ଫାଉଣ୍ଡେସନର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହୁମାଛିମାନେ ଜୀବଜଗତରେ କିଭଳି ପ୍ରଧାନ ଭୂମିକା ନିର୍ବାହ କରନ୍ତି ତାହା ଆଲୋଚନା କରାଯାଇଥିଲା। ଏଥିସହିତ ନେଚରଵାକ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫେସର୍ ସିଆର୍ ଶତପଥୀ, ପ୍ରଭାସିନୀ ବେହେରା, ‘ବି ଟ୍ରଷ୍ଟ ଅଫ ଓଡ଼ିଶା’ର ମୁଖ୍ୟ ଅଶୋକ କୁମାର ଷଡ଼ଙ୍ଗୀ, ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ବର ଇକୋର ସମ୍ପାଦକ ପ୍ରଫେସର୍ ଅଶୋକ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବିଶ୍ୱ ମହୁମାଛି ଦିବସର ଗୁରୁତ୍ୱ ଏବଂ ଆମ ଜୀବନରେ ଏହାର ଭୂମିକା ସମ୍ପର୍କରେ କହିଥିଲେ। ସ୍ବସ୍ତିକସୋଲ୍ର ମୁଖ୍ୟ ସତ୍ୟବ୍ରତ ସାମଲ ଓ ୟୁନିସେଫ୍ ରିସର୍ଚ୍ଚ ଆସୋସିଏଟ୍ ଇନ୍ଦୁ ନନ୍ଦ ଏହି କ୍ୟାମ୍ପେନର ପରିଚାଳନା କରିଥିଲେ। ଏହାର ମୁଖ୍ୟ ଆକର୍ଷଣ ଥିଲା ପାଣ୍ଟିସ୍ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଯୁଧିଷ୍ଠିର ସ୍ୱାଇଁ ଓ ଷ୍ଟାଲିନ୍ ନାୟକଙ୍କ ଦ୍ୱାରା ମହୁବାକ୍ସର ସୁରକ୍ଷା ଓ ପରିଚାଳନାର ସିଧା ପ୍ରସାରଣ। କାର୍ଯ୍ୟକ୍ରମରେ ୟୁନିସେଫ୍ ଓଡ଼ିଶାର ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ଦେଇଥିଲେ। ସେହିପରି ୟୁଥ୍ ଫର୍ ୱାଟର ପ୍ଲସ କ୍ୟାମ୍ପେନ୍ର ଧର୍ମାନନ୍ଦ ସୁନ୍ଦରାୟ, ଶୁଭ୍ରାସୀମା ମହାନ୍ତି, ଅଭିଷେକ ମଣି ଏହାର ପରିଚାଳନାରେ ସହଯୋଗ କରିଥିଲେ।