ଭୁବନେଶ୍ୱର: କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଓ ପାରାଦୀପ ଠାରେ ପଦଯାତ୍ରା ଆୟୋଜନ କରାଯାଇ ଥିଲା। ବ୍ରେନଷ୍ଟ୍ରୋକ୍ର କାରଣ ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ର, କେୟାର ଭୁବନେଶ୍ୱର ଶାଖା ଏଚ୍ସିଓଓ କ୍ରିଶଲେୟ ଆନନ୍ଦ, ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ସୁଶାନ୍ତ ଦାସଙ୍କ ସମେତ ଅନେକ ସାଧାରଣ ଜନତା ଭାଗ ନେଇଥିଲେ।
ସାଧାରଣ ଲୋକଙ୍କୁ ବ୍ରେନଷ୍ଟ୍ରୋକ୍ ବିଷୟରେ ହସ୍ପିଟାଲର କର୍ମଚାରୀ ମାନେ ଲିଫ୍ଲେଟ୍ ଓ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଇଥିଲେ। ସେହିପରି ପାରାଦୀପ ଠାରେ ଆୟୋଜିତ ପଦଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମରେ ପାରାଦୀପ ରିଫାଇନାରୀର କର୍ମଚାରୀଙ୍କ ପାଇଁ ଏକ ମାଗଣା ସ୍ୱାସ୍ୱ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାରାଦୀପ ରିଫାଇନାରୀର ମାନବ ସମ୍ବଳ ବିଭାଗର ଜେନେରାଲ ମ୍ୟାନେଜରଙ୍କ ସମେତ କେୟାର ହସ୍ପିଟାଲ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ ପରିଡ଼ା, ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ମିତାଲି କର ଏବଂ ଜେନେରାଲ ମ୍ୟାନେଜର ଡ. ଲୋକନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।