ପ୍ରାଥମିକସ୍ତରରୁ କର୍କଟ ରୋଗ ଚିହ୍ନଟ ଉପରେ ଗୁରୁତ୍ୱ

ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଆଜି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଆମେ ପାରିବା-ମୁଁ ପାରିବି’। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଲୋଚନାଚକ୍ରରେ ରୋଗର ନିୟନ୍ତ୍ରଣ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଆଲୋଚନାଚକ୍ରରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା.କୈଳାସ ଚନ୍ଦ୍ର ଦାଶ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜକିଶୋର ବ୍ରହ୍ମା, ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀ, ନର୍ସିଂ ନିର୍ଦେଶକ ଏଲ ପଣ୍ଡା, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ନିର୍ଦେଶକ ଡା.ଲଲାଟେନ୍ଦୁ ଷଡ଼ଙ୍ଗୀ, ଡା.ପି.କେ.ବି ପଟ୍ଟନାୟକ, ଭୁବନେଶ୍ୱର ଏମ୍‌ସର ପ୍ରଫେସର ଡା.ଦିଲ୍ଲୀପ ପରିଡ଼ା ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ବିକାଶ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର