ହାଇଟେକ୍‌ ମେଡିକାଲ କଲେଜ ପକ୍ଷରୁ ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହାଇଟେକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ୧୫ଜଣିଆ ଦଳ ଫରେଷ୍ଟ ପାର୍କରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହାପରେ କଲେଜ ଓ ହସ୍ପିଟାଲ ପରିସରରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ଯୋଗଦେଇ କର୍କଟ ରୋଗରୁ କିପରି ସୁରକ୍ଷିତ ରହିବେ, ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ।

ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ କଲେଜ ଓ ହସ୍ପିଟାଲର ସାଧାରଣ ପ୍ରଶାସନ ଓ କ୍ଲିନିକାଲ ସେବା ନିର୍ଦ୍ଦେଶକ ଡା. ବାସୁଦେବ ବେହେରା, ମେଡିକାଲ ସୁପରିନ୍‌ଣ୍ଟେଣ୍ଡେଣ୍ଟ ପ୍ରଫେସର୍‌ ରବୀନ୍ଦ୍ରନାଥ ବେହେରା, ପ୍ରଫେସର୍‌ ରବୀନ୍ଦ୍ର ଦଳାଇ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ପ୍ରଫେସର ପ୍ରେମାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ହାଇଟେକ୍‌ ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଗୋପେଶ୍ୱର ଆଚାର୍ଯ୍ୟ, ଚାରୁ ଦାସ ଏବଂ ଭାଇସପ୍ରେସିଡେଣ୍ଟ (ମାର୍କେଟିଂ) ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର