ଭୁବନେଶ୍ୱର: ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ)। ସହରରେ ଥିବା ପ୍ରମୁଖ ପାର୍କକୁ ନୂଆ ରୂପ ଦିଆଯିବା ସହ ରାସ୍ତାରେ ଷ୍ଟିଲ୍ରେ ପ୍ରସ୍ତୁତ ସାଇନ୍ଏଜ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବିଡିଏ ପକ୍ଷରୁ ଟେଣ୍ଡର୍ ଆହ୍ଵାନ କରାଯାଇଛି। ଫାବ୍ରିକେସନ, ସପ୍ଲାଏ, ଇନ୍ଷ୍ଟାଲେସନ୍ ଏବଂ ସାଇନ୍ଏଜ୍ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ଏଜେନ୍ସି ଓ ଅନୁଷ୍ଠାନଙ୍କଠାରୁ ଟେଣ୍ଡର୍ ଆହ୍ଵାନ ହୋଇଛି। ସାମଗ୍ରୀଗୁଡ଼ିକ ମଧ୍ୟରେ ୧୦ ସିଟ୍ ଓ ୪ ସିଟ୍ର ବେଞ୍ଚ, ଝୁଲି ରହୁଥିବା ୨ଟି ଷ୍ଟିଲ୍ ଡଷ୍ଟବିନ୍, ଅଟୋମେଟିକ୍ ଓ ସେମି-ଅଟୋମେଟିକ୍ ଇ-ଟଏଲେଟ୍ ରହିଛି। ସମ୍ପୃକ୍ତ ଏଜେନ୍ସି ସଂସ୍ଥା ୪ ବର୍ଷ ଧରି ସାମଗ୍ରୀଗୁଡ଼ିକର ଦାୟିତ୍ୱ ବୁଝିବା ସହ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବେ।
ସାମଗ୍ରୀ ଓ ସାଇନ୍ଏଜ୍ ଲଗାଇବାକୁ ଯୋଜନା ହୋଇଥିବା ପାର୍କଗୁଡ଼ିକ ମଧ୍ୟରେ ଇନ୍ଧିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମଧୁସୂଦନ ପାର୍କ, ମହାତ୍ମା ଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଖାରବେଳ ପାର୍କ, ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କ ସମେତ ବିଡିଏ ଅଞ୍ଚଳରେ ଥିବା ବିଭିନ୍ନ କଲୋନିରେ ଥିବା ପାର୍କରେ ଲଗାଯିବ। ସେହିପରି ରାସ୍ତାଗୁଡ଼ିକ ମଧ୍ୟରେ ଏଜି ଛକ, ସଚିବାଳୟ ମାର୍ଗ, ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଚାରିପାଖ, କିଟ୍ ଛକ, ବିମାନବନ୍ଦର ଛକରୁ ଶିଶୁ ଭବନ ଛକ, ଉଦ୍ୟାନ ମାର୍ଗ, ରାଜଭବନ ଛକରୁ ଶିରିପୁର ଛକ, ଆଚାର୍ଯ୍ୟ ବିହାରରୁ ବରମୁଣ୍ଡା ବସ୍ଷ୍ଟାଣ୍ଡ, ଆଚାର୍ଯ୍ୟବିହାର-ଆପୋଲ୍ ହସ୍ପିଟାଲ-କଳିଙ୍ଗ ହସ୍ପିଟାଲ ଛକ, ଏକାମ୍ର ଛକରୁ ଶିରିପୁର ଛକ ଏବଂ ଏକାମ୍ର ଛକରୁ ପଳାଶପଲ୍ଲୀ ଛକ ପର୍ଯ୍ୟନ୍ତ ରାସ୍ତାରେ ସାଇନ୍ବୋର୍ଡ ଲାଗିବ। ପ୍ରମୁଖ ରାସ୍ତାର ଡିଜାଇନ୍ର ସମ୍ପ୍ରସାରଣ ସହ ଘାସ ଗାଲିଚା ପକାଯିବ। ୪୦ କିମି ପ୍ରମୁଖ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବ। ବିଶ୍ୱକପ୍କୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
ପାର୍କ ଓ ରାସ୍ତାପାର୍ଶ୍ୱ ସାଇନ୍ଏଜ୍ ବଦଳିବ
ବିଶ୍ୱକପ୍ ହକି ପାଇଁ ବିଡିଏର ପ୍ରସ୍ତୁତି
/sambad/media/post_attachments/wp-content/uploads/2018/08/Street-Furniture-Indicative.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)