ଭୁବନେଶ୍ବର: ବିଶ୍ବକପ୍ ହକି ପାଇଁ କାଉଣ୍ଟ୍ଡାଉନ୍ ଆରମ୍ଭ ହୋଇଗଲାଣି। ସମସ୍ତଙ୍କ ଭିତରେ ଏହାକୁ ନେଇ ଉତ୍ସାହ। ଦେଶବିଦେଶର ଖେଳାଳିଙ୍କୁ ସ୍ବାଗତ କରିବାକୁ ରାଜଧାନୀ ସଜେଇ ହେଉଛି। ଏହାକୁ ଆହୁରି ନିଆରା ଓ ରୋମାଞ୍ଚ କରିବା ପାଇଁ କିଛି ନିଆରା ଚିତ୍ରକଳାକୁ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖାସ୍ ଏଥି ପାଇଁ ଗତ ୧ ତାରିଖଠାରୁ ପାନ୍ଥନିବାସରେ ୨୫ ଜଣ ଶିଳ୍ପୀଙ୍କୁ ନେଇ ଚାଲିଥିଲା ଶିଳ୍ପୀ ଶିବିର। ୬ ଦିନ ଧରି ଚାଲିଥିବା ଏହି ଶିବିରରେ ଶିଳ୍ପୀମାନେ ନିଜ ତୂଳୀରେ ବିଶ୍ବ କପ୍ ହକି ଓ ଖେଳାଳିଙ୍କୁ ନେଇ ଆଙ୍କିଥିଲେ ଉଚ୍ଚକୋଟୀର ଚିତ୍ର। କାହା ତୂଳୀରେ ହକି ଖେଳୁଥିବା ଖେଳାଳିଙ୍କ ବିଭିନ୍ନ ଅଙ୍ଗ ଭଙ୍ଗୀ, ମହାରାଷ୍ଟ୍ରର ଲୋକଙ୍କ ହକି େଖଳ ପ୍ରତି ଆଗ୍ରହ ଓ ହକି ଖେଳାଳିଙ୍କୁ ଦେଖି ଗାଁର ପିଲାମାନେ ମଧ୍ୟ ହକି ଖେଳିବାକୁ ଆଗ୍ରହ ପ୍ରକାଶକୁ ନେଇ ଅନେକ ଚିତ୍ର ପ୍ରସ୍ତୁତ ହୋଇଛି। ଚିତ୍ରଗୁଡ଼ିକ ଏପରି ଅଙ୍କାଯାଇଛି, ଯାହା କି କିଛି ସମୟ ପାଇଁ କ୍ରୀଡ଼ାପ୍ରେମୀଙ୍କୁ ନିର୍ବାକ କରିଦେବା ନିଶ୍ଚିତ। ଏଗୁଡ଼ିକ ବିଶ୍ବକପ୍ ଅବସରରେ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଦର୍ଶିତ କରାଯିବ। ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଓଡ଼ିଶା ଖଣି ନିଗମ ସହଯୋଗରେ ଚାଲିଥିବା ଏହି ଶିବିର ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ଓଏମ୍ସି ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ ଅତିଥି ଭାବେ ଯୋଗଦେଇ ଶିଳ୍ପୀମାନଙ୍କୁ ୫୦ ହଜାର ଟଙ୍କା, ଉପଢୌକନ, ମାନପତ୍ର, ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଚିତ୍ରଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଦର୍ଶିତ ହେବା ସହିତ ଏହାର କ୍ୟାଟଲଗ୍ ମଧ୍ୟ ଉନ୍ମୋଚିତ କରାଯିବ ବୋଲି ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଥିଲେ। ଏଥିରେ ଏକାଡେମିର ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସଚିବ ମାନସ ରଞ୍ଜନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶାନ୍ତ କୁମାର ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।
ବିଶ୍ବକପ୍ ହକି ପାଇଁ ନିଆରା ଚିତ୍ର
/sambad/media/post_attachments/wp-content/uploads/2018/10/painting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)