ଭୁବନେଶ୍ବର: କରୋନା କୋଲପରେ ଆଜି ସମସ୍ତେ ବନ୍ଦୀ। ସମାଜର ସବୁ ବର୍ଗର ଲୋକ ତ୍ରସ୍ତ। ରଙ୍ଗମଞ୍ଚ ଅନ୍ଧାର। ନା ଶୁଭୁଛି ହସ କାନ୍ଦର ସଂଳାପ। ନା ଶୁଭୁଛି ବାଦ୍ୟ ଯନ୍ତ୍ରର ଝଙ୍କାର। ଘୁଙ୍ଗୁରର ଧ୍ବନୀ ଓ ନୃତ୍ୟ ଶିଳ୍ପୀଙ୍କ ଅଙ୍ଗଭଙ୍ଗୀ କେବଳ ରହିଯାଇଛି ସ୍ମୃତି ମଧ୍ୟରେ। ମଞ୍ଚ ତଳୁ ଆସୁଥିବା ତାଳି ନୃତ୍ୟଶିଳ୍ପୀଙ୍କ କର୍ଣ୍ଣ ଗହ୍ବରରେ ଗୁଞ୍ଜରିତ ହେଉନି। ଡିଜିଟାଲ୍ ମାଧ୍ୟମରେ ନୃତ୍ୟ ପରିବେଷଣ ପାଇଁ ବାଧ୍ୟ ହେଉଥିଲେ ମଧ୍ୟ ତାହା ସମ୍ମୁଖ ନୃତ୍ୟର ଅନୁଭବ ଦେଉନାହିଁ। ତଥାପି ଆଶା ରହିଛି ଦୁଃସମୟ ଦୂରେଇ ଯିବ। ପୁଣି ମଞ୍ଚ ଆଲୋକିତ ହେବ। ନୃତ୍ୟଶିଳ୍ପୀମାନେ ସେମାନଙ୍କ ପ୍ରିୟ ଦର୍ଶକଙ୍କ ତାଳି ସାଉଁଟିବେ। ତେବେ ସମୟକୁ ଅପେକ୍ଷା କରିବାକୁ ହେବ। ସଚେତନ ଓ ସୁରକ୍ଷିତ ରହି ପାରିଲେ ଆଗକୁ ମଧ୍ୟ ନୃତ୍ୟ ବଞ୍ଚି ରହିବ। ନୃତ୍ୟ ଦିବସ ଅବସରରେ ଓଡ଼ିଶାର କିଛି ବିଶିଷ୍ଟ ନୃତ୍ୟ ଶିଳ୍ପୀଙ୍କ ମତକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା।
ସବୁବର୍ଷ ଏବଂ ଏ ବର୍ଷ ଭିତରେ ବହୁତ୍ ତଫାତ ଅଛି। ଏବେ ସମସ୍ତେ ଘରେ ରହି ଡିଜିଟାଲ ମାଧ୍ୟମରେ ନୃତ୍ୟ ଦିବସକୁ ପାଳନ କରିବାର ଆବଶ୍ୟକତା ରହିଛି। ହେଲେ ନୃତ୍ୟ ନୃତ୍ୟଶିଳ୍ପୀର ଶେଷ ନିଃଶ୍ୱାସ ଯାଏ ରହିବ। ତେଣୁ ଏବେ ଜୀବନ ବଞ୍ଚାଇବାକୁ ଆବଶ୍ୟକତା ରହିଛି।
ଇଲିଆନା ସିତାରିଷ୍ଟ
ପ୍ରଥମ ଲହର ପରେ ମନରେ ଆଶା ବାନ୍ଧିଥିଲେ ସମସ୍ତେ ପାଦରେ ଘୁଙ୍ଗୁର ବାନ୍ଧିବେ ବୋଲି। ହେଲେ ତାହା ସମ୍ଭବ ନୁହେଁ। ଭାବିଥିଲୁ ପୁଣି ନାଚିବୁ। ନିଜ ଘୁଙ୍ଗୁରର ରୁମଝୁମ୍ ବଦଳରେ ଏବେ ନୃତ୍ୟଶିଳ୍ପୀର ଛାତିରେ ପୁଣି ଛନକା ପଶିଲାଣି। ପ୍ରେକ୍ଷାଳୟ ବନ୍ଦ, କାର୍ଯ୍ୟକ୍ରମ ବନ୍ଦ, ପୁଣି ତା’ ଉପରେ ଦର୍ଶକଙ୍କଠାରୁ ଦୂରେଇ ରହିବାର ଦୁଃଖ। ଦ୍ବିତୀୟ ଲହର ଦର୍ଶକଙ୍କଠାରୁ ଏବଂ ନୃତ୍ୟଶିଳ୍ପଙ୍କଠାରୁ ହସ ଛଡ଼େଇ ନେଇଛି। ଏବେ ସବୁ ନୃତ୍ୟଶିଳ୍ପୀ ମନରେ ଗୋଟିଏ ପ୍ରାର୍ଥନା ପ୍ରଭୁ କରୋନା ନୁହେଁ କରୁଣା ଲୋଡ଼ା।/sambad/media/post_attachments/wp-content/uploads/2021/04/56sf4h56fs456h4sf56hfsfsfsfsfsfsfsfsfs-300x182.jpg)
ଶ୍ରୀନିବାସ ଘଟୁଆରୀ
ମହାମାରୀ ସମୟରେ କେହି ବି ନୃତ୍ୟଶିଳ୍ପୀ ସଂକ୍ରମିତ ନ ହେବା ହିଁ ବିଶ୍ବ ନୃତ୍ୟ ଦିବସରେ ସବୁଠୁ ବଡ଼ ଆଶୀର୍ବାଦ ଓ ଉପହାର। ନୃତ୍ୟ ଶିକ୍ଷା ଡିଜିଟାଲ ମାଧ୍ୟମରେ ସମ୍ଭବ। ଡିଜିଟାଲ ମାଧ୍ୟମରେ ସମସ୍ତେ ନିଜକୁ ଆଗକୁ ଆଣିବା ସହିତ ମୋର ସବୁ ନୃତ୍ୟ ଶିକ୍ଷା କରୁଥିବା ଛାତ୍ର ଛାତ୍ରୀଙ୍କୁ ଅନୁରୋଧ ସେମାନେ ନୃତ୍ୟ ଅଭ୍ୟାସ ସହିତ ନିଜକୁ ସୁସ୍ଥ ରଖନ୍ତୁ।
ପୁଷ୍ପିତା ମିଶ୍ର
ସମସ୍ତ ନୃତ୍ୟଶିଳ୍ପୀଙ୍କ ସ୍ଥିତି ଶୋଚନୀୟ। ଆମ ପାଇଁ ମଞ୍ଚ ଭଗବାନ। ଏବେ ଭଗବାନଙ୍କଠାରୁ ଦୂରେଇ ଯାଇଛୁ। ସବୁଠୁ ଅଧିକ କଷ୍ଟ ଓ ଯନ୍ତ୍ରଣା ଭିତରେ ଲୋକ ନୃତ୍ୟ କରୁଥିବା କଳାକାର ମାନେ ରହିଛନ୍ତି। ସେମାନଙ୍କ ପାଖରେ ଡିଜିଟାଲ ମାଧ୍ୟମ ପହଞ୍ଚି ପାରୁନି। ସମସ୍ତେ ତାଙ୍କ ପାଇଁ ଟିକିଏ ଚିନ୍ତା କରିବାର ଆବଶ୍ୟକତା ରହିଛି। କେବଳ ସରକାର ନୁହେଁ ନୃତ୍ୟ ଦିବସରେ ପ୍ରତ୍ୟେକ ଲୋକ ଆଗକୁ ଆସି ତାଙ୍କୁ ଆଗକୁ ଆଣିବାରେ ସାହାଯ୍ୟ କରିବାର ଆବଶ୍ୟକତା ରହିଛି।/sambad/media/post_attachments/wp-content/uploads/2021/04/5f45h64sf56hsf56hfffffffff-300x182.jpg)
ଶାଶ୍ବତ ଯୋଶୀ
ସମସ୍ତଙ୍କର ଆର୍ଥିକ ସ୍ଥିତି ଭୁଶୁଡି ପଡ଼ିଛି। ନୃତ୍ୟ ଶିକ୍ଷା ଡିଜିଟାଲ ମାଧ୍ୟମରେ ସେତେ ଫଳପ୍ରଦ ହେଉନାହିଁ। ପିଲାଙ୍କର ମଧ୍ୟରେ ସେ ଆଗ୍ରହ ରହୁନାହିଁ। ଏପରି ସ୍ଥିତି ଆଉ କିଛି ମାସ ରହିଲେ ନୃତ୍ୟ ଶିକ୍ଷକ, ବିଭିନ୍ନ ନୃତ୍ୟ ଅନୁଷ୍ଠାନ ବନ୍ଦ ହେଇଯିବ। ସରକାରଙ୍କର ସାହାଯ୍ୟ ନୃତ୍ୟ ଦିବସରେ ଉପହାର ହେଉ।
ରାଜା ଦାସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/54h5s4h56s4f56hfshhhhhhhhhhhhhhh.jpg)