ବିଶ୍ୱ ମଧୁମେହ ଦିବସରେ ପୂର୍ବତଟ ରେଳପଥର ସଚେତନତା ଶିବିର

ଚନ୍ଦ୍ରଶେଖରପୁର: ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟ ପକ୍ଷରୁ ମଧୁମେହ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ସାଧାରଣ ଲୋକ, ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ମଧୁମେହ ସମ୍ପର୍କରେ ଅବଗତ କରାଯାଇଥିଲା। ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାପତି ମଧୁଲିକା ସିଂହ, ଅତିରିକ୍ତ ମହାପ୍ରବନ୍ଧକ ରାଜୀବ ଶର୍ମା ଓ ସମସ୍ତ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂହ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମଧୁମେହ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ପ୍ରଦର୍ଶନୀକୁ ଶ୍ରୀ ସିଂହ ବୁଲି ଦେଖିଥିଲେ। ରେଳପଥର ମୁଖ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ସୁକାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ରକ୍ତନମୁନା ପରୀକ୍ଷା କରିବା ସହ ଏ ବିଷୟରେ ସଚେତନା ବାଣ୍ଟିଥିଲେ। ଏହି ଦିବସର ଗୁରୁତ୍ୱକୁ ପ୍ରତିପାଦିତ କରିବା ନିମନ୍ତେ କେନ୍ଦ୍ରୀୟ ରେଳ ସଦନଠାରୁ ମଞ୍ଚେଶ୍ୱର ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର