କେଏମ୍‌ବିବି କଲେଜରେ ବିଶ୍ବ ଧରିତ୍ରୀ ଦିବସ

ବାରଙ୍ଗ: କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅଧୀନ ନରଣପୁରସ୍ଥିତ କେଏମ୍‌ବିବି କଲେଜ ପରିସରରେ କେଏମ୍‌ବିବି ଶିକ୍ଷା ଗ୍ରୁପ୍‌ର ଇକୋ କ୍ଲବ୍ ଓ ଅଗ୍ରଣୀ ସଂସ୍ଥା ଏଭରଗ୍ରିନ ଫୋରମର ମିଳିତ ଅନୁକୂଲ୍ୟରେ ବିଶ୍ବ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ନଗର ବନଖଣ୍ଡ ଅଧିକାରୀ ଯଶୋବନ୍ତ ବରିହା ଯୋଗଦେଇ କହିଲେ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ବହୁଳ ପରିମାଣରେ ବୃକ୍ଷରୋପଣ କରିବା, ଜଳର ସଦବିନିଯୋଗ ଓ ସଂରକ୍ଷଣ କରିବା, ପ୍ରଦୂଷଣକୁ ରୋକିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ଚନ୍ଦକା ବନଖଣ୍ଡର ସହାୟକ ବନ ସଂରକ୍ଷକ ଶରତ ଚନ୍ଦ୍ର ମିଶ୍ର ଓ ଏଭରଗ୍ରିନ ଫୋରମର ପ୍ରତିଷ୍ଠାତା ଡ. ପ୍ରକାଶ ଚନ୍ଦ୍ର ଜେନା ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ବିଜୁନୀ ଚରଣ ସୂତାର ସଭାପତିତ୍ବ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୂର୍ବସା ଲେଙ୍କା, ପ୍ରଜ୍ଞା ପୁଣ୍ୟବ୍ରତା ମଲ୍ଲ, ଅଙ୍କିତା ସାହୁ ଓ ଦେବାଶିଷ ମାଝୀ, ବଂଶୀଧର ଶାହାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସୃଷ୍ଟି ସମୀକ୍ଷା ଓ ସ୍ମୃତିପ୍ରଭା ଦାସ କାର୍ଯକ୍ରମ ପରିଚାଳନା କରିଥିଲେ। ଶେଷରେ କଲେଜର ଉପାଧ୍ୟକ୍ଷ ସୀତାଂଶୁ ଶେଖର ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର