ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ବରିଷ୍ଠ ନାଗରିକ ଦିବସ

ଭୁବନେଶ୍ୱର : କଳିଙ୍ଗନଗର, କେ-୪ସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ପ୍ରଦର୍ଶନ କରି ପ୍ରଶଂସନୀୟ ହୋଇଥିବା ୮ଜଣ ବରିଷ୍ଠ ନାଗରିକଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ସମ୍ବର୍ଧିତ ବରିଷ୍ଠ ନାଗରିକମାନେ ହେଲେ ତ୍ରିନାଥ ରଥ, ମୀରା ରଥ, ଜୟକୃଷ୍ଣ ମାର୍ଥା, ଶାନ୍ତିଲତା ମାର୍ଥା, ଶେଷ କୁମାର ଦାସ, ଇନ୍ଦୁମତୀ ଦାସ, ଅଞ୍ଜଳି ମୁଖାର୍ଜୀ ଓ ସୁଷମା ପରିଡ଼ା। ଏହି ଅବସରରେ ସମସ୍ତ ସମ୍ବର୍ଧିତ ବରିଷ୍ଠ ନାଗରିକଙ୍କ କର୍ମମୟୀ ଜୀବନ ସଂପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ ନାଗରିକମାନେ ମଧ୍ୟ ସେମାନଙ୍କ ସ୍ମୃତି ଓ ଅନୁଭୂତି ଉପସ୍ଥାପନ କରିଥିଲେ। ସଂଗଠନ ପକ୍ଷରୁ ସେମାନଙ୍କ ସୁଖ ଓ ନିରାମୟ ଜୀବନ କାମନା କରାଯାଇଥିଲା। ସଂଗଠନର ସଭାପତି ଗାୟତ୍ରୀ ମହାନ୍ତି ଓ ସଂପାଦିକା ମମତା ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଗଠନର ସମସ୍ତ ସଭ୍ୟ ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର