ବିଶ୍ୱ ହୃଦୟ ଦିବସ, ୨୯ରେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ୫ କିମି ଦୌଡ଼

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ବିଶ୍ବ ହୃଦୟ ଦିବସ ଉପଲକ୍ଷେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ୫ କିମି ବ୍ୟାପୀ ଦୌଡ଼ ଅନୁଷ୍ଠିତ ହେବ। ଏହା ସକାଳ ୬ଟାରେ ଜନତା ମଇଦାନର ପ୍ରବେଶ ଗେଟ୍‌ରୁ ଆରମ୍ଭ ହୋଇ ବିଆର୍‌ ଲାଇଫ୍ କଳିଙ୍ଗ ହସ୍ପିଟାଲ ନିକଟରେ ଶେଷ ହେବ। ଦୌଡ଼ରେ ଅଂଶଗ୍ରହଣକାରୀଙ୍କୁ ଏକ କୁପନ୍ ପ୍ରଦାନ କରାଯିବ। ଏହି କୁପନ୍ ଦେଖାଇ ସେମାନେ ମାଗଣାରେ ସ୍ବାସ୍ଥ୍ୟ ଚେକ୍ ଅପ କରିବା ସହିତ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟ ସମସ୍ୟା ନେଇ ପରାମର୍ଶ କରିପାରିବେ। ଏହି ଦୌଡ଼ ବୁଣକାରୀ ଇଣ୍ଡିଆ, ଟ୍ରେଭୋ ଇଣ୍ଡିଆ, ଅମୃତ, ଏ ପ୍ଲସ ଆଇଆଇଟି ଏକାଡେମି, ଟେକ୍‌ନୋ ମୋବାଇଲ, ଟିମ୍ ଓ ରେଡିଓ ଚକଲେଟ୍ ଦ୍ବାରା ସମର୍ଥିତ।

ସମ୍ବନ୍ଧିତ ଖବର