ଚନ୍ଦ୍ରଶେଖରପୁର : କଳିଙ୍ଗ ହସ୍ପିଟାଲ ପକ୍ଷରୁ ସେପ୍ଟେମ୍ବର ୨୯ତାରିଖରେ ବିଶ୍ୱ ହୃଦୟ (ହାର୍ଟ) ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହୃଦ୍ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ହସ୍ପିଟାଲ୍ ପକ୍ଷରୁ ଜୟଦେବ ବିହାରଠାରୁ କଳିଙ୍ଗ ହସ୍ପିଟାଲ୍ ପର୍ଯ୍ୟନ୍ତ ଏକ ଓ୍ଵାକାଥନ୍ର ଆୟୋଜନ କରାଯାଇଥିଲା। ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଓ୍ଵାକାଥନକୁ ଉଦ୍ଘାଟନ କରିଥିଲେ। ଏହି ଓ୍ଵାକାଥନରେ ପ୍ରାୟ ୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ଟି-ସାର୍ଟ, କ୍ୟାପ୍, ପ୍ଲାକାର୍ଡ଼ ଆଦି ମାଧ୍ୟମରେ ବିଶ୍ୱରେ ଏକ ପ୍ରମୁଖ ରୋଗ ପାଲଟିଥିବା ହୃଦ୍ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ସେ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଅଂଶଗ୍ରହଣକାରୀମାନେ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ବିଶ୍ୱ ହାର୍ଟ ଫେଡେରେସନ୍ର ୨୦୧୭ ବର୍ଷର ବାର୍ତ୍ତା ଥିବା ଲିଫ୍ଲେଟ୍ ବଣ୍ଟନ ହୋଇଥିଲା। କଳିଙ୍ଗ ହସ୍ପିଟାଲ୍ର ଏମ୍ଡ଼ି ଡ. ରମେଶ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡ. ସୁଦୀପ ଆଚାର୍ଯ୍ୟ ପ୍ରମୁଖ ନିୟମିତ ବ୍ୟାୟାମ, ସୁଷମ ଖାଦ୍ୟ ଓ ଧୂମପାନ ଭଳି କୁ-ଅଭ୍ୟାସକୁ ପରିତ୍ୟାଗ କଲେ ହୃଦରୋଗରୁ ଦୂରେଇ ରହି ହେବ ବୋଲି କହିଥିଲେ।
ଓ୍ଵାକାଥନ୍ରେ ୬୦୦ ଅଂଶଗ୍ରହଣକାରୀ
କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳିତ
/sambad/media/post_attachments/wp-content/uploads/2017/10/kalinga-hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)