ବିଶ୍ବ ହିନ୍ଦୁ ପରିଷଦର ସଂକଳ୍ପ ସମାବେଶ ୯ରେ

ଭୁବନେଶ୍ବର: ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଏକ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ସଂକଳ୍ପ ସମାବେଶ ଆସନ୍ତା ୯ ତାରିଖରେ ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ହେବ। ଭୁବନେଶ୍ବର ସମେତ ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା, ଭବାନୀ ପାଟଣା, କୋରାପୁଟ ସହ ଦେଶର ଅନ୍ୟ ସହରରେ ଏହି ସମାବେଶ ଅନୁଷ୍ଠିତ ହେବ। ପୁଣି ପ୍ରତି ବ୍ଲକରେ ଡିସେମ୍ବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନମାନ ଅନୁଷ୍ଠିତ ହେବ ବୋଲି ବିଶ୍ବ ହିନ୍ଦୁ ପରିଷଦର ବିଭାଗ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆସନ୍ତା ୩୧ ଜାନୁଆରି ଓ ୧ ଫେବ୍ରୁଆରିରେ ପ୍ରୟାଗ କୁମ୍ଭମେଳାରେ ବିରାଟ ଧର୍ମ ସଂସଦ ଆୟୋଜନ ହେବ। ଯେଉଁଠାରେ ୨୦ ହଜାରରୁ ଊର୍ଧ୍ବ ସନ୍ଥ ସାମିଲ ହୋଇ ଶ୍ରୀରାମ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଦିଷ୍ଟ କରିବେ। ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ସଂସଦ‌ରେ ଆଇନ୍‌ ନିର୍ମାଣ କରିବାକୁ ପରିଷଦ ପକ୍ଷରୁ ଦାବି ରଖାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ମୁଖ୍ୟ ପ୍ରବକ୍ତା ପ୍ରମୋଦ ଦାଶ, ରାଜ୍ୟ ସଭାପତି ନଗେନ କୁମାର ଦେବତା, ରାଜ୍ୟ ସଂଗଠନ ସମ୍ପାଦକ ଆନନ୍ଦ ପାଣ୍ଡେ, ରାମକୃଷ୍ଣ ଖୁଣ୍ଟିଆ, ଯଶସ୍ବିନୀ ବଳ, ପ୍ରଫୁଲ୍ଲ ମିଶ୍ର ଓ ଶ୍ୟାମ ସୁନ୍ଦର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର