ବିଶ୍ୱ ମାନବଅଧିକାର ଦିବସ ଅବସରରେ ମାସିକ ପତ୍ରିକା ‘ମାନବିକତାର କଥା’ର ୫ମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ଭୁବନେଶ୍ୱର-ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ମାନବାଧିକାର ମଞ୍ଚ’ର  ମୁଖପତ୍ର “ମାନବିକତାର କଥା” ର ୫ମ ସ୍ୱନକ୍ଷତ୍ର  ଓତ୍ସବ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ଆଇନଜୀବୀ ଶ୍ରୀ ନଟବର ମହାନ୍ତିଙ୍କ ସଭାପତିତ୍ୱରେ ଭୁବନେଶ୍ୱରସ୍ଥ ରାଜ୍ୟ ଅଭିଲେଖାଗାର ସଭା କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ମାନବାଧିକାର କମିସନର ପ୍ରାକ୍ତନ କାର୍ଯ୍ୟକାରୀ ଅଧ୍ୟକ୍ଷ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବୀରକିଶୋର ମିଶ୍ର ମୁଖ୍ୟ ଅତିଥି , ରାଜ୍ୟ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରତାପ ସମ୍ମାନିତ ଅତିଥି ଓ ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ଆଦିତ୍ୟ କୁମାର ମହାନ୍ତି ମୁଖ୍ୟବ୍ୟକ୍ତା ଭାବେ ଯୋଗ ଦେଇଥିଲେ । ମଂଚ ଆନୁକୂଲ୍ୟରେ ବିଶ୍ୱମାନବଅଧିକାର ଦିବସ ପାଳନ ଅବସରରେ “ଅଧିକାର ଓ କର୍ତ୍ତବ୍ୟ” ଶୀଷର୍କ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ଭାରତୀୟ ସମ୍ବିଧାନର ୩ୟ ଓ ୪ର୍ଥ ପରିଚ୍ଛେଦ ରେ ବର୍ଣ୍ଣିତ ନାଗରିକର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ବିଶେଷ ଅଲୋଚନା କରିଥିଲେ ।

ଏହି ସଭାରେ ସଭାପତି ଶ୍ରୀ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ମାନବାଧିକାର ମଂଚର ସମ୍ପାଦକ ଆଇନଜୀବୀ ନଟବର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା “ମାନବିକତାର କଥା” ର ଡ଼ିସେମ୍ବର ୨୦୧୮ ବିଶେଷ ସଂଖ୍ୟା ଉନ୍ମୋଚିତ ହୋଇଥିଲା ଓ ଦୁଇ ଜଣ ବିଶିଷ୍ଟ ସମାଜସେବୀ ନମିତା ମହାନ୍ତି ଓ ବୃନ୍ଦାବନ ଦାସ ଆଜାଦଙ୍କୁ “ମାନବିକତା ସମ୍ମାନ” ୨୦୧୮ ପ୍ରଦାନ କରାଯାଇଥିଲା ଏବଂ ଆଦୃତା ଶିଶୁ ସଦନର ତିନିଜନ ଅନ୍ତେଃବାସୀ ସିବାନନ୍ଦ ଦାସ,ଗୋପିନ ମୁର୍ମୁ, ଗୋପାଳ ହାନ୍ସଦାଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ସଂବର୍ଦ୍ଧିତ କରାଯାଇଥିଲା ।

ମଂଚର ଉପସଭାପତି ବିଶିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ସଭା ପରେ ମୂଲ୍ୟବୋଧ ଓ ଦେଶାତ୍ମବୋଧ କବିତା ପାଠ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ କେଦାର ମହାନ୍ତି,ଯଯାତି କେଶରୀ ମହାନ୍ତି,ଚମକ ଚାନ୍ଦିନୀ ଦାଶ, ବଂଶୀଧର ଭୋଇ, ଆଇନଜୀବୀ ରମେଶ କୁମାର ଧଳ , ଅଧ୍ୟାପିକା ସୌଦାମିନୀ ବେହେରା , ଦିଲ୍ଲୀପ କୁମାର ବେହୁରା ଓ ତ୍ରିଲୋଚନ ରାଉତ ପରିଚାଳନା କରିଥିଲେ । ଏହି ସଭାରେ ବହୁ ବୁଦ୍ଧିଜୀବୀ , ସମାଜସେବୀ, କବି ଓ ଲେଖକ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର