ଭୁବନେଶ୍ୱର : ହାର୍ଟମେଟ୍ ଫାଉଣ୍ଡେସନ୍, କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଓଡ଼ିଶା ଶାଖା ଏବଂ ନାଓ ପକ୍ଷରୁ ସମ୍ପୂର୍ଣ୍ଣ ରାଜ୍ୟରେ ବିଶ୍ୱ ହାଇପରଟେନ୍ସନ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ସିଡିଏଠାରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡା. ବ୍ରହ୍ମାନନ୍ଦ ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ମାରାଥନ୍ ସେକ୍ଟର-୬ସ୍ଥିତ ହାର୍ଟମେଟ୍ ଇନ୍ଷ୍ଟିଚ୍ୟୁଟରୁ ଆରମ୍ଭ ହୋଇ ସେକ୍ଟର-୧୧ସ୍ଥିତ ବିଜୁପଟ୍ଟନାୟକ ପାର୍କରେ ଶେଷ ହୋଇଥିଲା। ଏହାପରେ ପାର୍କ ନିକଟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଡା. ଏସ୍ଏନ୍ ରାଉତରାୟ, ବ୍ରହ୍ମାନନ୍ଦ ଦାସ, ଋଷିକାନ୍ତ ମହନ୍ତ ଓ ହାର୍ଟମେଟ ଫାଉଣ୍ଡେସନ୍ର ସଭାପତି ହାଇପରଟେନ୍ସନକୁ ରୋକିବା ଓ ନିୟନ୍ତ୍ରଣ କରିବା ଉପରେ ଆଲୋଚନା କରିଥିଲେ। ଏହାପରେ ଅନୁଷ୍ଠାନ ପକ୍ଷରୁ ୨ଶହରୁ ଊର୍ଧ୍ୱ ବରିଷ୍ଠ ନାଗରିକଙ୍କ ମାଗଣା ହୃଦ୍ପରୀକ୍ଷା କରାଯାଇଥିଲା। ଏଥିରେ ମର୍କତ ନଗର ସିନିୟର ସିଟିଜେନ୍ େଓ୍ଵଲଫେୟାର ଆସୋସିଏସନ, ଲାୟନ୍ସ କ୍ଲବ, ଓ୍ଵାକର୍ସ କ୍ଲବ, ଇଷ୍ଟକୋଷ୍ଟ ରେଲେଓ୍ଵ ଶ୍ରମିକ କଂଗ୍ରେସ ପ୍ରମୁଖ ସଂଗଠନ ସହଯୋଗ କରିଥିଲେ।
ବିଶ୍ୱ ହାଇପରଟେନ୍ସନ୍ ଦିବସ ପାଳିତ
/sambad/media/post_attachments/wp-content/uploads/2018/05/hy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)