ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସର୍ବଭାରତୀୟ ସମ୍ବନିତ କୃଷି ପାଣିପାଗ ପ୍ରକଳ୍ପ ଓ ଗ୍ରାମୀଣ କୃଷି ମୌସମ ସେବା ପକ୍ଷରୁ ଆଜି ବିଶ୍ୱ ପାଣିପାଗ ଦିବସ ପାଳିତ ହୋଇଯାଇଛି। କୃଷି ପାଣିପାଗ ବିଶେଷଜ୍ଞ ଡ. ଅନୁପମା ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଣିପାଗ ସୂଚନା ଠିକ୍ ସମୟରେ ଚାଷୀଙ୍କ ପାଖରେ ପହଞ୍ଚିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟ ଗବେଷଣା ଅଧ୍ୟକ୍ଷ ପ୍ରଫେସର ପ୍ରେମନାରାୟଣ ଜଗଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତନ ସହ ଖାପ ଖୁଆଇ ପାରୁଥିବା ଫସଲ କିସମ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଓୟୁଏଟି ସମ୍ପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦେଇ ଏସ୍ଏମ୍ଏସ୍ ମାଧ୍ୟରେ ୧୭ ଲକ୍ଷ ଚାଷୀଙ୍କୁ ପାଣିପାଗ ସମ୍ପର୍କରେ ସୂଚନା ଦିଆଯାଉଛି ବୋଲି କହିଥିଲେ। କୃଷି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଲିତ ମୋହନ ଗଡ଼ନାୟକଙ୍କ ଆବାହକତ୍ୱରେ ଏକ ବୈଜ୍ଞାନିକ ଓ କୃଷକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଶ୍ୱ ପାଣିପାଗ ଦିବସ ପାଳିତ
/sambad/media/post_attachments/wp-content/uploads/2018/03/world-metrological.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)